Advertisment

ଅଲୌକିକ ଘଟଣା: ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ

ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଗତକାଲି ସନ୍ଧ୍ୟାରେ ସାଲେପୁର ସ୍ଥିତ ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ସାଲେପୁର: ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ସାତୋରି ଗାଁରେ ଥିବା ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ଠାକୁରାଣୀଙ୍କ ପୀଠରେ ଥିବା ଡାହାଣ ପଟ ମାଟି ଘୋଡ଼ା ପାଟିରୁ ହଠାତ୍ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା। 

Advertisment

ଖବର ଜଣାପଡ଼ିବା ପରେ ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ଲୋକମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ। ଏନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ହଠାତ୍‌ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Advertisment

Salepur Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ