ବର୍ଷା ହେଉନଥିଲା ଚିନ୍ତାରେ ଥିଲା...ଏବେ ଢାଳିବା ପରେ ଚାଷୀ ମୁହଁରେ ହସ ଫୁଟିଲା

ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ

Farmer Start Farming

ହେଉ ନଥିଲା ହେଉ ନଥିଲା...ଏବେ ହେଲା ଯେ ସମସ୍ତଙ୍କର ମନ ଖୁସି କରିଦେଲା । ବର୍ଷା ନହେବାରୁ କ୍ଷେତକୁ ଦେଖିବା ପରେ ଯେଉଁ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସୁଥିଲା ଆଜି ବର୍ଷା ହେବା ପରେ ସେହି କ୍ଷେତକୁ ଦେଖି ଏବେ ହସୁଛି ଚାଷୀ ଭାଇ ।

ଢୋ ଢୋ ବର୍ଷା ହେଉଛି । ରୁଆ-ପୋତା କାମରେ ବ୍ୟସ୍ତ ଅଛି ଚଷା ପୁଅ । କାରଣ ଶ୍ରାବଣ ଅଧା ହେଲାଣି, ହାତରେ ସମୟ କମ୍‌ ରହିଛି । ତେଣୁ ତରତର ହୋଇ କାମରେ ବ୍ୟସ୍ତ ଚାଷୀ ଭାଇ । ବର୍ଷା ହେବାରୁ ଏବେ ବେଶ୍‌ ଆନନ୍ଦିତ ସୁନ୍ଦରଗଡ ଜିଲ୍ଲା ବଣାଇର ଚାଷୀ ।

କଥାରେ ଅଛି ଚାଷ ତରତର ବଣିଜ ମଠ । ସେଇଥି ପାଇଁ ତ ସକାଳ ହେବା ମାତ୍ରେ ବିଲରେ କାମ କରିବାକୁ ବାହାରିଯାଉଛନ୍ତି ସେମାନେ । କିଏ ବଳଦରେ ହଳ କରୁଛି ତ ଆଉ କିଏ ଟ୍ରାକ୍ଟରରେ । ହେଲେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି ସଅଳ ବିଲରେ ଚାଷ ଆରମ୍ଭ ହେବ ଆଉ ଅମଳ ଭଲ ହେବ । ବର୍ଷା ହେବାରୁ ସିନା ଚାଷୀମାନେ ଚାଷ ଆରମ୍ଭ କରିଦେଲେ କିନ୍ତୁ ଆଗାମୀ ଦିନରେ ଯଦି ଭଲରେ ବର୍ଷା ନହୁଏ ତେବେ ସ୍ଥିତି ପୂରା ଖରାପ ହେବା ସହିତ ଲୋନ୍‌ ଟଙ୍କା ସୁଝିବା କଷ୍ଟରେ ହେବ ବୋଲି କହିଛନ୍ତି ଲୋକେ ।

ଏସନ ବର୍ଷା ଆସିବାରେ ବିଳମ୍ବ ହୋଇଛି । ଚାଷୀ ଭାଇମାନେ ବି ଅନେକ ସମସ୍ୟାର ସାମ୍ନା କରିଛନ୍ତି । ହେଲେ ଏମିତି ସ୍ଥିତିରେ ବର୍ଷା ଆସିଥିବାରୁ ଖୁସିରେ ଚାଷ କାମରେ ବ୍ୟସ୍ତ ଅଛନ୍ତି ଚାଷୀ ।