Advertisment

ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଅଦ୍ୟତନ ହୋଇଛି
Raimohan Parida Passes Away

Raimohan Parida Passes Away

Advertisment

ପଞ୍ଚଭୂତରେ ବିଲୀନ ହେଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥୀବ ଶରୀର। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ଉଦିତା ପରିଡା ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ଦୁଇ ଝିଅ, ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ବନ୍ଧୁବର୍ଗଙ୍କ  ସହ ଯାତ୍ରା ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

Advertisment

ସେହିପରି ତାଙ୍କ ଅନ୍ତିମ ଦର୍ଶନ କରିବାକୁ ସ୍ବର୍ଗଦ୍ୱାରରେ କିଛି ପ୍ରଶଂସକଙ୍କ ଭିଡ ଲାଗିଥିଲା। ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଏହି ସମୟରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଳାକାରଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି।

Raimohan Parida Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ