Advertisment

ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ।

Balasore Railway Station

Balasore Railway Station

Advertisment

ବାଲେଶ୍ୱର ରେଳ ଷ୍ଟେସନର ହେବ ନବକଳେବର। ଉନ୍ନତ ମାନର ରେଳସେବା ପାଇବେ ଯାତ୍ରୀ। ଜର୍ମାନ ଓ ଜାପାନ ଭଳି ବିଶ୍ୱସ୍ତରୀୟ ଢାଞ୍ଚାରେ ରେଳ ଷ୍ଟେସନ ନିର୍ମାଣ ଲାଗି ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଥିବା ବେଳେ ଓଡିଶାର କଳାକୃତିରେ ଝଲସିବ ବାଲେଶ୍ୱର ଷ୍ଟେସନ।

Advertisment

ନୂଆ ରୂପରେ ଝଲସିବ ବାଲେଶ୍ୱର ଷ୍ଟେସନ। ଷ୍ଟେସନ ଆଗରେ ଶୋଭା ପାଇବ କୋଣାର୍କ ଚକ୍ର, ଉପରେ ଝଲସିବ ପୁରୀ ଶ୍ରୀ ମନ୍ଦିରର ଶିଖର। ଷ୍ଟେସନରେ ଦେଖିବାକୁ ମିଳିବ ଓଡିଶାର ଐତିହ୍ୟ ଓ କଳା ସଂସ୍କୃତିର ଝଲକ। ତା ସହ ଦେଖିବାକୁ ମିଳିବ ସଉରା ଆଦିବାସୀଙ୍କ ଚିତ୍ରକଳା। ଏଥିଲାଗି ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି। ଇଂରେଜ ଅମଳରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ ଏବେ ବିକଶିତ ହେବାକୁ ଯାଉଥିବା ବେଳେ ଏ ନେଇ ବାଲେଶ୍ୱରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ। ୧୮ ମିଟର ଚଉଡା ରୁଫ୍ ପ୍ଲାଜା ଷ୍ଟେସନର ଉଭୟ ପାର୍ଶ୍ୱକୁ ସଂଯୋଗ କରିବ। ଷ୍ଟେସନ ଭିତରେ ଏସି ଲାଉଞ୍ଜ, ୱେଟିଂ ହଲ୍ ରହିବ। ୧୩୩ କିଲୋୱାଟର ସୋଲାର ପ୍ୟାନେଲ ସହ ୱାଟର ରିସାଇଲିଂ ପ୍ଲାଣ୍ଟ ନିର୍ମାଣ କରାଯିବ।

Advertisment

ସେହିପରି ମାଲ ପରି ବହନ କ୍ଷେତ୍ରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବ। ବାଲେଶ୍ୱର ଷ୍ଟେସନର ଉନ୍ନତୀକରଣ ପରେ ପ୍ରତିଦିନ ଏଠାକୁ ୫୦ ହଜାର ଯାତ୍ରୀ ଯା ଆସ କରିବା ଲକ୍ଷ୍ୟ ରହିଛି। ୩୦ ମାସ ମଧ୍ୟରେ ନବୀକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରେ ଖୋଦ ରେଳ ମନ୍ତ୍ରୀ ବାଲେଶ୍ୱର ଆସି ଷ୍ଟେସନ ପରିଦର୍ଶନ କରିବା ସହ ଦକ୍ଷିଣ ପୂର୍ବ ରେଳପଥ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

Advertisment
Railway Station Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ