Advertisment

ମରଣଯନ୍ତା ପାଲଟିଛି ରେଲୱେ ଫ୍ଲାଏ ଓଭରବ୍ରିଜ ବାଇପାସ ରାସ୍ତା, ନିର୍ମାଣ କାମ ବିଳମ୍ବ ଯୋଗୁଁ ବଢୁଛି ଜନଅସନ୍ତୋଷ

କାଦୁଅ ପଚପଚ ବଡ଼ ବଡ଼ ଖାଲ ଢିପରେ ପରିପୂର୍ଣ୍ଣ ବାଏପାସ ରାସ୍ତା ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ଲୋକ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇସାରିଲେଣି

Special story

Special story

Advertisment

ଦୀର୍ଘ ପାଞ୍ଚ ବର୍ଷ ହେବ ଅଧାପନ୍ତରିଆ ଭାବେ ପଡିରହିଛି ବରଗଡ଼ ଜିଲ୍ଲା ବରପାଲିର ରେଲୱେ ଓଭରବ୍ରିଜ କାମ । ନା ଶୁଣୁଛି ଜିଲ୍ଲା ପ୍ରଶାସନ ନା ଶୁଣୁଛନ୍ତି ରାଜ୍ୟ ସରକାର । ଫଳରେ ରେଲୱେ ଓଭରବ୍ରିଜ ବାଏପାସ ରାସ୍ତା ଏବେ ମରଣଯନ୍ତା ପାଲଟି ଥିବାବେଳେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟିଚାଳିଛି । ଅନ୍ୟପଟେ ରେଳ ଫାଟକରେ ଟ୍ରାଫିକ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Advertisment

କାଦୁଅ ପଚପଚ ବଡ଼ ବଡ଼ ଖାଲ ଢିପରେ ପରିପୂର୍ଣ୍ଣ ବାଏପାସ ରାସ୍ତା ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ଲୋକ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇସାରିଲେଣି । ଏପରିକି ଦୁଇ ଦିନ ପୂର୍ବରୁ ଗୋଟିଏ ମାଲବୁଝେଇ ଗାଡି ଓଲଟି ପଡିଥିଲା ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ପାରିନଥିଲା । ଆଉ ଏ ରାସ୍ତା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବରପାଲି ସହରର । ଦୀର୍ଘ ପାଞ୍ଚ ବର୍ଷ ହେବ ଏଠାରେ ଚାଲିଥିବା ରେଲୱେ ଫ୍ଲାଏ ଓଭରବ୍ରିଜ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ ତାସହ ବାଏପାସ ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଲୋକେ ଦାବି କରିଆସୁଥିଲେ ମଧ୍ୟ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛନ୍ତି,ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅଞ୍ଚଳବାସୀଙ୍କ ଅନେକ ଦାବି ପରେ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ବରପାଲି -ଜଗନ୍ନାଥ ନଗର ମଧ୍ୟସ୍ଥ ରେଲୱେ କ୍ରସିଂ ରାସ୍ତାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୨୦୨୦ ମସିହା ମେ ଶେଷ ସୁଦ୍ଧା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଶେଷ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା କିନ୍ତୁ ୨୦୨୨ରେ ମଧ୍ୟ ଫ୍ଲାଏ ଓଭର କାମ ଶେଷ ହୋଇପାରିନାହିଁ । ଆଉ ଏହି ବ୍ରିଜ ହେଉନଥିବା ଯୋଗୁ ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି ,ଏପରିକି ବର୍ଷା ସମୟରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି । ବାଏପାସ ରାସ୍ତା ସାମ୍ନାରେ ହାଇସ୍କୁଲ ମଧ୍ୟ ରହିଛି । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ହେଲେ ଲୋକଙ୍କ ସମସ୍ୟାକୁ ଏଠି ପଚାରେ କିଏ ।

Advertisment

ଜନସାଧାରଣଙ୍କ ବୃହତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବରପାଲି ରେଲୱେ ଓଭରବ୍ରିଜ କାମ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଦୀପକ ଶର୍ମା, ବରଗଡ଼

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ