Advertisment

ଖୋଲୁଛି ନକଲି ଡାକ୍ତରଙ୍କ ଅସଲି ଗୁମର; ପୋଲିସ୍‌ ପ୍ରଶ୍ନବାଣରେ ଘାଇଲା ଭଉଣୀ, ଫାର୍ମହାଉସ୍‌ରେ ରେଡ୍‌

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର। ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି।

ଅଦ୍ୟତନ ହୋଇଛି
 Fake Doctor Ramesh Swain

Fake Doctor Ramesh Swain

Advertisment

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର। ଆଜି ଏକ ଠକେଇ ମାମଲାରେ ଆଠଗଡ଼ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି। ଭୁବନେଶ୍ୱରରୁ ଏକ ଟିମ୍ ଯାଇ ଚଢାଉ କରିଛନ୍ତି।  ଆନ୍ଧ୍ର ପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କୁ ସାଢ଼େ ୪ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ରମେଶଙ୍କ ବିରୋଧରେ ଅଭିଯୋଗ ରହିଛି।

Advertisment

ରମେଶ ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହି ଚାରା ଅର୍ଡର କରିଥିଲା। କିନ୍ତୁ ଏବାବଦରେ ଦେଇଥିବ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏହି ଅର୍ଥକୁ ସେ ନିଜ ଫାର୍ମ ହାଉସରେ ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ନକଲି ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ସରୁଥିବାରୁ ଅଧିକ ପଚରାଉଚରା ଲାଗି ପୋଲିସ ଅଧିକ ଦିନ ପାଇଁ କୋର୍ଟରେ ଆବେଦନ କରିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷେ, ନକଲି ଡାକ୍ତରଙ୍କ ଭିଣୋଇ ଗଣେଶ ଏବଂ ଡ୍ରାଇଭର ପପୁକୁ ପୋଲିସ ଖୋଜୁଛି। ସେମାନଙ୍କର ଡାକ୍ତର ସହ ଲିଙ୍କ୍ ନେଇ ପ୍ରମାଣ ପୋଲିସ ହାତରେ ଲାଗିଥିବାରୁ ପୋଲିସ୍‌ ସେମାନଙ୍କୁ ଧରି ପଚରାଉଚରା କରିବାକୁ ଯୋଜନା କରିଛି। 

Advertisment

ସେପଟେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କ ଭଉଣୀ ରଶ୍ମିତାଙ୍କୁ ପୋଲିସ୍‌ ଗିରଫ କରିଛି। ରମେଶଙ୍କ ଭଉଣୀଙ୍କୁ ସ୍ପେସିଆଲ ସ୍କ୍ୱାଡ୍ ପକ୍ଷରୁ ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଠକେଇ କରିଥିବା ଟଙ୍କା ଓ ସୁନା ଗହଣା କୁଆଡେ ଗଲା ସେନେଇ ଖୋଳତାଡ ପୋଲିସ କରୁଛି।

କେନ୍ଦ୍ରାପଡ଼ା ଈଶ୍ୱରପୁରରେ ଚଢ଼ାଉ କରି ରମେଶ ସ୍ୱାଇଁଙ୍କ ଭଉଣୀଙ୍କୁ ଉଠାଇ ଆଣିଥିଲା କମିଶନରେଟ ପୋଲିସ। ଯେତେ ଥର ବାହା ହୋଇ ମହିଳାଙ୍କଠୁ ରମେଶ ଟଙ୍କା ଓ ଅଳଙ୍କାର ଠକି ଆଣୁଥିଲେ, ସେଥିରେ ଭଉଣୀ ରଶ୍ମିତାଙ୍କ ଭାଗ ରହୁଥିଲା। ଜଣେ ପୀଡ଼ିତା ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ରଶ୍ମିତାଙ୍କୁ ଉଠାଇ ଆଣି ଜେରା କରିବା ପରେ ଗିରଫ କରିଥିଲା। 

Advertisment
Fake Doctor Fake Doctor Arrested Fake Doctor Ramesh Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ