Rahul's reunion with his missing wife - OTV Special Report
ପାଖକୁ ଫେରିଆସିଛି ପ୍ରେମିକା ପତ୍ନୀ । ରାହୁଲ ଫେରିପାଇଛି ତା ପ୍ରେମକୁ, ଜୀବନ ସାଥୀକୁ । ଭଲପାଇ ବାହା ହୋଇଥିବା ଏବଂ ଜୀବନରୁ ଅଧିକ ଭଲ ପାଉଥିବା ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିବା ଆଶଙ୍କା କରୁଥିଲେ ରାହୁଲ । ତଥାପି ମନ ମାନୁନଥିଲା ଏବେ ଜଣାପଡିଲା ସ୍ତ୍ରୀ ଯାଇନଥିଲେ ବରଂ ସେଦିନ ତାଙ୍କୁ ଅପହରଣ କରାଯାଇଥିଲା ଅଭିଯୋଗ ହୋଇଛି । ଏହାପଛରେ ଥିଲେ ତାଙ୍କ ମାମୁ-ମାଇଁ ତିନି । ଦିନ କାଳ ନଜରବନ୍ଦୀ ରଖିବା ପରେ ଆଜି ଝିଅକୁ ଅନ୍ୟ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତ ବିବାହ କରିବାକୁ ଯୋଜନା କରିଥିଲେ ହେଲେ ରାହୁଲ ଏହି ଖବର ପାଇଯାଇଥିଲେ । ଫିଲ୍ମ ଷ୍ଟାଇଲରେ କିଛି ସାଙ୍ଗଙ୍କ ସହ ଘଟଣାସ୍ଥଳରୁ ବାଇକ୍ରେ ସ୍ତ୍ରୀକୁ ଉଠାଇ ଆଣିଥିଲେ ।
ସୂଚନା ଅନୁସାରେ,୩ ଜୁନ୍ ୨୦୨୨ ଭଦ୍ରକ ଆଖଣ୍ଡଳମଣି କଲେଜକୁ ପତ୍ନୀ ପରୀକ୍ଷା ଦେବାକୁ ଯାଇଥିଲେ । ତେବେ ପରୀକ୍ଷା ସରିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ଏକ କାରରେ ବସି କୁଆଡେ ଚାଲିଯାଇଥିଲେ ଯେ କେହି ଖୋଜ୍ଖବର ପାଇନଥିଲେ । ୩ ଦିନ ହେଲା ତାଙ୍କର ଖୋଜଖବର ମିଳୁନଥିବାରୁ ସେ ଫେରାର ହୋଇଯାଇଛନ୍ତି ବୋଲି ସମସ୍ତେ କୁହାକୁହି ହେଉଥିଲେ । ହେଲେ ରାହୁଲଙ୍କ ମନ କିନ୍ତୁ ମାନୁନଥିଲା ଏମିତିକି ପତ୍ନୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ରାହୁଲ । ଶେଷରେ ଆଜି ଯେତେବେଳେ ସ୍ତ୍ରୀକୁ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରାଯାଉଥିଲା, ବିବାହ ବେଦୀରୁ ପତ୍ନୀଙ୍କୁ ଉଠାଇ ଆଣିଛନ୍ତି ରାହୁଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654528286.jpg)