ରାଜଧାନୀରେ ରେଡିଓ ଫେୟାର ଅନୁଷ୍ଠିତ

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।

ରାଜଧାନୀରେ ରେଡିଓ ଫେୟାର ଅନୁଷ୍ଠିତ

ଡିଜିଟାଲ ଓ ଟେଲିଭିଜନ ଯୁଗରେ ରେଡିଓ ଏକ ସ୍ମୃତି ହୋଇ ରହିଯାଇଛି । ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ରାଜଧାନୀରେ ଅନୁଷ୍ଠିତ ହୋଇଛି ରେଡିଓ ଫେୟାର । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।

ସେହିପରି ଗ୍ରାମ୍ଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ଓ୍ୱାକିଟକି ସହ ହାମ ରେଡିଓ ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିଛି । ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ ରେଡିଓ ଅପରେଟର, ହାମ୍ ରେଡିଓ ସମେତ ଏମର୍ଜେନ୍ସି ରେଡିଓର ପ୍ରଦର୍ଶନୀ କରିଛନ୍ତି ।

ଦେଶର ଲୋକପ୍ରିୟ ରେଡିଓ ଜକି ଆରଜେ ବିନି ଓ ଆରଜେ ରାଘବ ଏହି ମେଳାରେ ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ବିଧାୟକ ଆକାଶ ଦାସ ଯୋଗଦେଇ ରେଡିଓର ଲୋକପ୍ରିୟତା ବିଷୟରେ ମତ ରଖିଛନ୍ତି ।