Advertisment

ଫାର୍ମରେ ପଶି ୧୦ କୁକୁଡ଼ା ଗିଳି ଦେଲା ଅଜଗର, କ୍ଷତିପୂରଣ ଦାବି କଲେ ଚାଷୀ...

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଫାର୍ମରେ ପଶି ୧୪ କୁକୁଡ଼ା ମାରିବା ସହ ୧୦ଟି କୁକୁଡ଼ା ଅଜଗର ଗିଳି ଦେଇଥିବା ଅନୁମାନ କରାଯାଉଛି।

Python enters poultry farm and kills 14 chickens in Angul

Python enters poultry farm and kills 14 chickens in Angul

Advertisment

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଫାର୍ମରେ ପଶି ୧୪ କୁକୁଡ଼ା ମାରିବା ସହ ୧୦ଟି କୁକୁଡ଼ା ଅଜଗର ଗିଳି ଦେଇଥିବା ଅନୁମାନ କରାଯାଉଛି। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ ଫାର୍ମରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ଗାଁର ଜନକ ସାହୁ ସବୁଦିନ ପରି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇ ଦେଖନ୍ତି ତ କୁକୁଡ଼ାମାନେ ରଡ଼ି ଛାଡ଼ିବା ସହିତ ଏପଟ ସେପଟ ହେଉଛନ୍ତି। ଘଟଣା କ’ଣ ଜାଣିବା ପାଇଁ ସେ ଫାର୍ମ ଭିତରକୁ ପଶିବା ବେଳକୁ କିଛି କୁକୁଡ଼ା ମରି ପଡ଼ି ଥିବାର ଦେଖିବାକୁ ପାଇଥିଲେ।

ଫାର୍ମର ଗୋଟିଏ କୋଣରେ ଏକ ବଡ ଅଜଗର ସାପ ଶୋଇଥିବା ଜନକ ଦେଖିବାକୁ ପାଇଥିଲେ। ଅଜଗରଟିର ପେଟ ବହୁତ ଫୁଲିଥିବା ଦେଖି ପ୍ରାୟ ୧୦ ରୁ ଉର୍ଦ୍ଧ କୁକୁଡ଼ା ଖାଇଥିବା ସେ ଅନୁମାନ କରିଥିଲେ। ଏହାପରେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।

Advertisment

ସ୍ଥାନୀୟ ବନବିଭାଗ ୧୦ଫୁଟ ଲମ୍ବର ଅଜଗରଟିକୁ ସ୍ଥାନୀୟ ସାତକୋଶିଆ ଅଭୟରଣ୍ୟରେ ଛାଡ଼ିଥିଲେ। ଏତେ ସଂଖ୍ୟକ କୁକୁଡ଼ା ମରିବା ଯୋଗୁ ଏଥିରେ ତାଙ୍କର ଯେଉଁ କ୍ଷତି ହୋଇଛି ଏଥିପାଇଁ ଆର୍ଥିକ କ୍ଷତିପୂରଣ ଜନକ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ