Advertisment

BIG BREAKING ! ଶ୍ରୀମନ୍ଦିର ରୋଷ ଘରେ ଭଙ୍ଗିଲା ୮୦ରୁ ଅଧିକ ଚୁଲା

ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Jagannath Temple, Puri

Jagannath Temple, Puri

Advertisment

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଆଦି ବିଭିନ୍ନ ଚୁଲାକୁ କେହି ଭାଙ୍ଗି ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Advertisment

ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିରର ରୋଷଘରେ ଆଜି ସକାଳେ ପ୍ରାୟ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଖବର ସାମ୍ନାକୁ ଆସିଛି । ହେଲେ କିଏ ଓ କାହିଁକି ଏଭଳି କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଅନ୍ୟପକ୍ଷେ,ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିରକୁ  ଯାଇ ରୋଷଘରେ ଭଙ୍ଗା ଘଟଣାର ନେଇ ଅନୁଧ୍ୟାନ କରିବା ସହ ସ୍ଥିତି ପରଖିଛନ୍ତି ।

Advertisment
Puri Puri Srimandir Puri Lord Jaganath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ