Advertisment

ଶ୍ରୀକ୍ଷେତ୍ରରେ ୪ ଶହ ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।

undefined

Puri

Advertisment

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ଏଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସେହିପରି ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ୫ ବର୍ଷିଆା ପ୍ଲାନ୍ ସାଙ୍ଗକୁ ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଏଥିସହ ପ୍ରତିବର୍ଷ ଘୋଷଯାତ୍ରା ପରେ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥ ଚକ ମିଳିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

କୋଭିଡ୍ କଟକଣା ଭିତରେ ନିଳାଦ୍ରୀ ଭକ୍ତ ନିବାସରେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ହୋଇଛି। ଚାରି ଚାରିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି-

ନମ୍ବର ୧: ଆସନ୍ତାବର୍ଷରୁ ଶ୍ରୀମନ୍ଦିର ଗୁରୁକୂଳ

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ହେବ ଶ୍ରୀମନ୍ଦିର ଗୁରୁକୂଳ। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧିନରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ କରାଯିବ, ଯାହାର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା। ସେହିପରି ଶ୍ରୀମନ୍ଦିର ଗୁରୁକୂଳ ପାଣ୍ଠି ଗଠନ ହୋଇ ଏହାରି ଜରିଆରେ ଗୁରୁକୂଳର ବିକାଶ ହେବ। ଗୁରୁକୂଳ ନିର୍ମାଣ ପାଇଁ ମାଟିତୋଟାରେ ୧୭ ଏକର ଜମି ଚିହ୍ନଟ ହୋଇଛି। ଆଦର୍ଶ ଗୁରୁକୂଳ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Advertisment

ନମ୍ବର-୨: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ସେହିପରି ଆର୍ଥିକଭାବେ ଦୁର୍ବଳ ସ୍ଥିତିରେ ଥିବା ସେବାୟତଙ୍କ ପାଇଁ ମାଗଣାରେ ଘର ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ପରିବାରକୁ ଘର ପାଇଁ ୬ ଶହ ବର୍ଗଫୁଟ୍ ହିସାବରେ ଜମି ଦିଆଯିବ। ଘର ତିଆରି କରିବାକୁ ୨ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ବାସଗୃହ ଯୋଜନା ପାଇଁ ୮ ଏକର ଜମିରେ ବ୍ୟବସ୍ଥା କରାଯାଇଛି। ତେବେ ଏହାକୁ ଲ୍ୟାଣ୍ଡ ସବକମିଟି ଅନୁମୋଦନ କରିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ-

ନମ୍ବର ୩: ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ପଞ୍ଚବାର୍ଷିକ ଯୋଜନା

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।

Advertisment

ନମ୍ବର ୪: ମାଗଣାରେ ମିଳିବ ରଥ ଚକ

ସେହିପରି ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ସହ ଏଣିକି ଆଗକୁ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥଚକ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହା କେଉଁ ବ୍ୟକ୍ତି ବା ଅନୁଷ୍ଠାନନକୁ କେଉଁ ଭାବରେ ଏହା ଦିଆଯିବ, ପ୍ରାଥମିକତା କିଭଳି ରହିବ ଏସବୁ ସ୍ଥିର କରିବାକୁ ଏକ୍ ସବ୍ କମିଟିକୁ ଦାୟିତ୍ୱ ଦିଆଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

ବୈଠକରେ ଶୃଙ୍ଖଳିତ ନୀତି ପରିଚାଳନା ପାଇଁ ୮ ଟି ସବକମିଟି ଗଠନ ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ତାର ଯାଞ୍ଚ ଓ ଆବଶ୍ୟକ ମରାମତି ୩ ବର୍ଷୀୟା ପରିଚାଳନା କମିଟି ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟିର ସଦସ୍ୟ।

Odisha Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ