Jagannath Temple
ଶୃଙ୍ଖଳିତ ହେବ ଭକ୍ତଙ୍କ ଦର୍ଶନ। ଭକ୍ତଙ୍କ ସୁବିଧା ସହ ସ୍ଥାନୀୟ ବାସିନ୍ଦାଙ୍କ ଆତଯାତ ପାଇଁ ପୁରୀ ବଡଦାଣ୍ଡରେ ଦୁଇଟି ଭୂତଳ ରାସ୍ତା ବା ଅଣ୍ଡର ପାସ ପାଇଁ ପରିଚାଳନା କମିଟିରେ ଆସିଛି ପ୍ରସ୍ତାବ। ଗୋଟିଏ ଶ୍ରୀକୃଷ୍ଣ ସିନେମା ଛକରୁ ଦୋଳବେଦୀ କୋଣ ଆଉ ଏକ ଦୋଳବେଦୀ କୋଣରୁ ବଡଛତା ମଠ ପର୍ଯ୍ୟନ୍ତ ଭୂତଳ ରାସ୍ତା ନିର୍ମାଣ ପ୍ରସ୍ତାବ ଥିବା ବେଳେ କିଭଳି ଭାବେ ଏହା ସାକାର ହେବ ତାକୁ ନେଇ ଉଠିଛି ପ୍ରଶ୍ନ।
ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା। ଦୋଳବେଦୀ କୋଣ ଛକରେ ଚେକଗେଟ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଭକ୍ତମାନେ ଶ୍ରୀମନ୍ଦିର ଆଡକୁ ଯିବା ସମୟରେ ଚେକଗେଟ ବନ୍ଦ କରାଯାଉଛି। ଯାହାଫଳରେ ସେହି ସମୟରେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟୁ ଫେରୁଥିବା ଭକ୍ତ ହୁଅନ୍ତୁ ବା ସ୍ଥାନୀୟ ବାସିନ୍ଦା ଦୀର୍ଘ ସମୟ ଧରି ଅଟକି ରୁହନ୍ତି। ଏହି ସମସ୍ୟା ନେଇ ଏଠାରେ ୨ଟି ସ୍ଥାନରେ ଭୂତଳ ରାସ୍ତାର ପ୍ରସ୍ତାବ ଆସିଥିବା ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ସେପଟେ ରାସ୍ତା ପାଇଁ ଖୋଳା ଗଲେ ଶ୍ରୀମନ୍ଦିର ପାଇଁ ବିପଦ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଭକ୍ତ।
ସେପଟେ ବଡଦାଣ୍ଡରେ ଭୂତଳ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ। ବଡଦାଣ୍ଡରେ ବିଭିନ୍ନ ସମୟରେ ନୀତିକାନ୍ତି ସହ ରଥଯାତ୍ରା ହେଉଥିବାରୁ ଏଠାରେ ନକରି ଅନ୍ୟ ପଟେ କରାଯାଉ ବୋଲି ଦାବି ହୋଇଛି। ସେପଟେ ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ କହିଛନ୍ତି, ଆଗକୁ ଏହା ଉପରେ ଆଲୋଚନା କରାଯିବ। ସେପଟେ ଏଏସଆଇ ସୁପରିନଟେଣ୍ଡିଂ ଆରକ୍ୟୁଲୋଜିଷ୍ଟ୍ କହିଛନ୍ତି, ପ୍ରସ୍ତାବ ଫାଇନାଲ୍ ହୋଇ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710943215.jpg)