Advertisment

ASI ଅଧିକ୍ଷକଙ୍କ ବଡ଼ ଖୁଲାସା- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯେବେ ବି ଖନନ କଲେ ମିଳିବ ଏହିସବୁ ଜିନିଷ...

ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି।

Puri Srimandir corridor row

Puri Srimandir corridor row

Advertisment

ପୁରୀ ଶ୍ରୀମନ୍ଦିର କରିଡ଼ର ବିବାଦ ପ୍ରସଙ୍ଗରେ ASI ଅଧିକ୍ଷକ ବଡ଼ ଖୁଲାସା କରିଛନ୍ତି। ଓଟିଭି ଆଗରେ ପ୍ରତିିକ୍ରିୟା ରଖି ASI ଅଧିକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୁରାତନ କୀର୍ତ୍ତିରାଜି ଭରି ରହିଛି। ଏସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇଥିବା ବି କହିଛନ୍ତି। 

Advertisment

ପୁରୀ ଗୋଟିଏ ପୁରାତନ ସଂସ୍କୃତି ଐତିହ୍ୟ ସମ୍ପନ୍ନ ଅଞ୍ଚଳ। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେପରୁଆ ଖନନ ଯୋଗୁ ପୁରାତନ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇ ଆସୁଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଖନନ ବେଳେ ସିଂହର ଭଗ୍ନ ମୂର୍ତ୍ତି ମିଳିଥିଲା। ଏମାର ମଠ ପରିସରରୁ ଏକ ପୁରାତନ କାନ୍ଥର ମଧ୍ୟ ସନ୍ଧାନ ମିଳିଛି। ସିଂହ ମୂର୍ତ୍ତି ମିଳିବା ପରେ ASI ଅଧୀକ୍ଷକ ଅନୁଧ୍ୟାନ କରିଥିଲେ। ଏପରିକି ନିଜେ ASI ମଧ୍ୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କିଛି କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ଆଶଙ୍କା କରିଥିଲା। 

Advertisment
ASI Puri Srimandir Puri Srimandir Corridor Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ