Advertisment

ଶ୍ରୀମନ୍ଦିର ବୁଲିବାକୁ ଆସି ଭାଙ୍ଗି ଦେଲେ ରୋଷ ଘର ଚୁଲି, ଏହା କ’ଣ ସତ ?

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍‌ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା ପରେ ପୁରା ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ପ୍ରେସ୍‌ମିଟ୍‌ରେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି, ‘ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି।

ଅଦ୍ୟତନ ହୋଇଛି
Puri SP on vandalism at Srimandir Rosa Ghara

Puri SP on vandalism at Srimandir Rosa Ghara

Advertisment

ପୁରୀ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଜେ. ମହାପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ।ତାଙ୍କର ବୟସ ୩୦ ବର୍ଷ। ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ଜେ. ମହାପାତ୍ର ସ୍ୱୀକାର କରିଛନ୍ତି। 

Advertisment

ଘଟଣା ଦିନ ଜେ. ମହାପାତ୍ର ମନ୍ଦିରକୁ ଆସିଥିଲେ ଏବଂ ବୁଲିଥିଲେ। ନିଜକୁ ଭଲ ନଲାଗିବାରୁ ରୋଷ ଘରେ ପଶି ଚୁଲି ଭାଙ୍ଗିଥିବା କଥା ସେ କହିଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ସିସିଟିଭି ଆଧାରରେ ସମ୍ପୃକ୍ତ ସନ୍ଦିଗ୍ଧ ଧରାପଡ଼ିବା ପରେ ଏସ୍‌ପି ଏହି ସୂଚନା ଦେଇଛନ୍ତି।  ସିସିଟିଭି ଆଧାରରେ ସନ୍ଦିଗ୍ଧକୁ ଧରାଯିବା ପରେ ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇ ଥିଲା।

ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି। ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। 

Advertisment

ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁରୀ ଶ୍ରୀମନ୍ଦିରରେ ଏତେ ସୁରକ୍ଷା ସତ୍ତ୍ୱେ ରୋଷ ଘରେ ସମ୍ପୃକ୍ତ ବ୍ୟକ୍ତି ଜଣକ କେମିତି ପଶିଲେ ? ଏତେ ଚୁଲି ଭାଙ୍ଗି ନିରାପଦରେ ଖସିଲେ କେମିତି ? କ’ଣ ଢିଲା ଥିଲା କି ସୁରକ୍ଷା ବ୍ୟବସ୍ଥା ? କେମିତି ଜାଣିପାରିଲେନି ସୁରକ୍ଷାକର୍ମୀ ? କ’ଣ କରୁଥିଲେ ଦାୟିତ୍ୱରେ ଥିବା କର୍ମଚାରୀ ? ଏଇ ଘଟଣାରୁ ଆଗକୁ ଶିଖିବ କି ଶ୍ରୀମନ୍ଦିର ପ୍ରଶାସନ ? ଏସବୁକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Srimandir Puri Srimandir Temple Rosaghara Case Srimandir Rosa Ghara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ