Advertisment

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଆତୁର ହେଲା ଭକ୍ତ

ନୂଆବର୍ଷରେ ଶ୍ରୀଜିଉଙ୍କ ପାଖରେ ଲାଗିଲା ଭକ୍ତଙ୍କ ଗହଳି, ଜଗା ଦର୍ଶନ ପାଇଁ ପାଗଳ ହେଲେ ଭକ୍ତ

undefined

Puri Shree Mandir

Advertisment

ଶ୍ରୀମନ୍ଦିରରେ ଜମିଲା ନୂଆବର୍ଷ ଗହଳି । ତିନି ଦିନ ପରେ ଆଜି ମନ୍ଦିର ଖୋଲିଥିବା ବେଳେ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିବାର ମଙ୍ଗଳ କାମନା କରିଛନ୍ତି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମରିଚକୋଟ ଛକଠାରୁ ବ୍ୟାରିକେଡ୍ କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା କୋଭି଼ଡ କଟକଣା ମଧ୍ୟରେ ଦିନ ତମାମ ଶ୍ରୀକ୍ଷେତ୍ରରେ ଜନସମାଗମ ଲାଗି ରହିଥିଲା।

Advertisment

ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ମଧ୍ୟ ଆଜି ସପତ୍ନୀକ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ଡିଜିପି । ନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ସେଲ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥିସହ ଅପରାଧ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

ସେପଟେ, ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କରାଯାଇଛି। ଆଜି ଗଡନ୍ତିଛକ ନିକଟ ତିନିମହଲା ବିଶିଷ୍ଟ ରଘୁନାଥ ଅତିଥି ଭବନର ଉଚ୍ଛେଦ ଆରମ୍ଭ ହୋଇଛି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ନିୟୋଜିତ ହୋଇଥିଲା ତିନିଟି ଜେସିବି ଓ ଗୋଟିଏ ବୁଲଡୋଜର ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପାଇଁ ପ୍ରାୟ ୯୬ପ୍ରତିଶତ ଜାଗା ଅଧିଗ୍ରହଣ ସହ ଉଚ୍ଛେଦ ସରିଥିବା ବେଳେ ଏହି ଜମିକୁ ନେଇ ବିବାଦ ରହିଥିଲା।

Advertisment
Puri Jagannth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ