Puri Jagannath Temple
ଆଜି ପୁଣି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି। ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଦର୍ଶନ ବନ୍ଦ ରଖାଯାଇଛି। ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ, ଦର୍ଶନ ବନ୍ଦ ଥିବାରୁ ମନ୍ଦିରର ବାହାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଭିଡ଼ ଲାଗିଛି। ଗତକାଲି ମଧ୍ୟ ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ଥିଲା। ଭିତର କାଠ ନିକଟରେ ରକ୍ତଛିଟା ପଡିଥିବାରୁ ଶ୍ରୀଜିଉଙ୍କ ମହାସ୍ନାନ କରାଯାଇଥିଲା। ରକ୍ତଛିଟା ପଡ଼ିବା ଦେଖିବା ପରେ ମହାବାହୁଙ୍କ ସବୁ ନୀତି ବନ୍ଦ କରି ମନ୍ଦିର ଭିତରେ ଶୋଧ କରିବା ସହ ମହାସ୍ନାନ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us