Advertisment

ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଆଜି ଆଗତ ହେବ ୨୩୭କୋଟି ଟଙ୍କାର ବଜେଟ୍

ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ

ଅଦ୍ୟତନ ହୋଇଛି
puri

puri

Advertisment

ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗରେ ଏଥିରେ ଆଲୋଚନା କରାଯାଉଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ର ଶ୍ରୀମନ୍ଦିର ବଜେଟ, ଗୁରୁକୂଳ ପ୍ରସଙ୍ଗ, ସେବାୟତ କଲ୍ୟାଣ, ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାର ନୀତି ନୀର୍ଘଣ୍ଟ ଅନୁମୋଦନ ସହ ରଥଯାତ୍ରାର ପ୍ରସ୍ତୁତି ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ହେଉଛି ।

Advertisment

ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ । ବୈଠକରେ ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ଏଏସଆଇ ସୁପରିଟେଣ୍ଡଣ୍ଟ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଏଥର ୨ ଶହ ୩୭ କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍ ଆଗତ କରାଯିବ । ଏଥିରୁ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ହୋଇଛି । ଆଉ ୧୧୦ କୋଟି ୮୫ ଲକ୍ଷ ଜମା ପୁଞ୍ଜିରୁ ଆୟ ହୋଇଛି ।

Advertisment
Puri Jagannath Temple Managing Committee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ