Advertisment

ଷ୍ଟାର ହୋଟେଲ୍‌ରେ ରାଜକୀୟ ଅନ୍ଦାଜରେ ହେବ ବିବାହ; ଗଜଲ୍‌ ଧ୍ୱନିରେ କମ୍ପି ଉଠିବ ହୋଟେଲ ପରିସର

ଆଜି ରାତିରେ ବାହାଘର ଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ମେ ଫେୟାର ହୋଟେଲ୍ ପରିସର । ଦୁଇ ରାଜ ପରିବାରଙ୍କ ପାଇଁ ହୋଟେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତିରେ ବରଯାତ୍ରୀ ଯିବାଠୁ ବିବାହ କାର୍ଯ୍ୟକ୍ରମ ଯାଏଁ ସବୁ ରାଜକୀୟ ପରମ୍ପରାରେ ହେବ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
puri maharaj daughter marriage

puri maharaj daughter marriage

Advertisment

ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଗଜପତିଙ୍କ ଚତୁର୍ଥ କନ୍ୟା ତଥା ରାଜକୁମାରୀ ଦେବେଶୀ ଦେବୀ । କୋଭିଡ୍ କଟକଣା ମଧ୍ୟରେ ହାଇପ୍ରୋଫାଇଲ୍‌ରେ ବିବାହ ଅନୁଷ୍ଠିତ ହେଉଛି । ତେବେ ଭୁବନେଶ୍ୱର ଷ୍ଟାର ହୋଟେଲ ମେ ଫେୟାରକୁ ଅତିଥିଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । କନ୍ୟା ପକ୍ଷ ଓ ଗୁରୁଗ୍ରାମରୁ ଆସିଥିବା ବରପକ୍ଷରୁ ଅତିଥି ଏବେ ହୋଟେଲରେ ପହଞ୍ଚି ଆୟୋଜନରେ ଲାଗି ପଡିଛନ୍ତି ।

Advertisment

ଆଜି ରାତିରେ ବାହାଘର ଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ମେ ଫେୟାର ହୋଟେଲ୍ ପରିସର । ଦୁଇ ରାଜ ପରିବାରଙ୍କ ପାଇଁ ହୋଟେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତିରେ ବରଯାତ୍ରୀ ଯିବାଠୁ ବିବାହ କାର୍ଯ୍ୟକ୍ରମ ଯାଏଁ ସବୁ ରାଜକୀୟ ପରମ୍ପରାରେ ହେବ ବୋଲି ସୂଚନା ମିଳିଛି । ଏହାପରେ ଆସନ୍ତାକାଲିଠୁ ଅତିଥି ନିଜ ନିଜ ଘରକୁ ଫେରିବେ ବୋଲି କୁହାଯାଉଛି । ବିବାହ ପୂର୍ବରୁ ହଲଦୀ, ମେହେନ୍ଦି, ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ସରିଛି । ବିବାହ ଭୋଜି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଗଜଲ୍ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ ହେବ । ଏହି ଅବସରରେ ବିବାହ ଭୋଜନରେ ପରଷା ଯିବ ଓଡିଆ ଖାଦ୍ୟ ।

କୋଭିଡ୍ ପାଇଁ ଯଦିଓ ଏତେଟା ଆଡ଼ମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାଉନାହିଁ। ତେବେ ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରଠାରେ ବିବାହ ଭୋଜିର ଆୟୋଜନ କରାଯାଇଛି। ଆଜି ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱର ଓ ଅନ୍ୟ ସ୍ଥାନର ପରିଚିତଙ୍କ ପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଭୋଜିର ଆୟୋଜନ କରାଯାଇଛି। କିନ୍ତୁ ବିବାହ କାର୍ଯ୍ୟ ଶ୍ରୀନଅରରେ ଆୟୋଜନ କରାଯାଇଥିବା ଜଣାପଡ଼ିଛି। ବିବାହ ପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି। ୨ ଦିନ ପୂର୍ବେ ଆରମ୍ଭ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ନୀଳଗିରି ରାଜ ପରିବାର ସଦସ୍ୟ ଜ୍ୟୋସ୍ନା ଦେବୀ ମର୍ଦ୍ଦରାଜ ଯୋଗ ଦେଇଥିଲେ। ବିବାହ କାର୍ଯ୍ୟକ୍ରମର ଭିଡିଓ ସେ ସେ ଟ୍ୱିଟ୍ କରିଛନ୍ତି।

ଗତକାଲିଠାରୁ ବରପକ୍ଷ ପୁରୀରେ ଆସି ପହଞ୍ଚି ସାରିଛନ୍ତି। ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଶ୍ରୀନଅରକୁ ଫେରି ଯାଇଥିଲେ। ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment
Puri Gajapati Maharaja Daughter Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ