Advertisment

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା ।

Puri Gajapati Maharaj

Puri Gajapati Maharaj

Advertisment

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା । କୋଭିଡରେ ଆକ୍ରାନ୍ତ ଯୋଗୁ ଗଜପତି ମହାରାଜା ରାଷ୍ଟ୍ରପତିଙ୍କୁ ସ୍ଵାଗତ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି କୋଭିଡ୍ ଟେଷ୍ଟ କରାଯାଇଥିଲା । କୋଭିଡ୍ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିବାର ସୂଚନା ମିଳିଛି । ଆସନ୍ତା ସପ୍ତାହେ ଯାଏଁ ସଂଗରୋଧରେ ରହିବେ ଗଜପତି ମହାରାଜା ।

Advertisment

ଶ୍ରୀନଅର ପକ୍ଷରୁ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । କୋଭିଡ ଆକ୍ରାନ୍ତ ପାଇଁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେନି ପୁରୀ ଗଜପତି ମହାରାଜା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ହେବାକୁ ଥିବାରୁ ଆଜି ଗଜପତି ମହାରାଜାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଆସନ୍ତା ୭ ଦିନ ଲାଗି ଗଜପତି ମହାରାଜା ସଂଗରୋଧରେ ରହିବେ ।

Covid Positive Puri Gajapati Maharaj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ