Advertisment

ପିଙ୍କ୍‌ ହାଉସ୍‌ ବେଳାଭୂମିରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ।

ଅଦ୍ୟତନ ହୋଇଛି
Puri Sea Beach

Puri Sea Beach

Advertisment

ପୁରୀ: ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ପଶ୍ଚିମବଙ୍ଗର ଅରବାଜ୍‌ କାଦିର। ପୁରୀ ଚକ୍ରତୀର୍ଥ ରୋଡ୍‌ ପିଙ୍କ୍‌ ହାଉସ୍‌ ବେଳାଭୂମିରୁ ଅରବାଜ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। 

Advertisment

ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ। ଉଦ୍ଧାର ୨ ଯୁବକ ହେଲେ ଭଦ୍ରକର ରାହେଶ କୁମାର ସିଂ ଏବଂ ଅନୁଗୁଳର ଓମ୍‌ ପ୍ରକାଶ ଯାଦବ। ଉଭୟଙ୍କୁ ଉଦ୍ଧାର କରାଯାଇ ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। 

ତେବେ ନି‌ଖୋଜ ଅରବାଜ୍‌ଙ୍କ ମୃତଦେହ ପିଙ୍କ୍‌ ହାଉସ୍‌ ବେଳାଭୂମିରୁ ଉଦ୍ଧାର କରାଯାଇଛି। ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉ ଥିବା ସମୟରେ ଏହି ଅଘଟଣ ଘଟିଥିଲା। ଏହି ୩ ଜଣ ଯୁବକ କୋଲକାତାର ଏରୋନଟିକାଲ ଇନଷ୍ଟିଚ୍ୟୁଟ୍‌ର ଛାତ୍ର। ଭୁବନେଶ୍ୱରରେ ଏକ ପରୀକ୍ଷା ଦେବା ପାଇଁ ସମସ୍ତେ ଆସିଥିଲେ। 

Advertisment

ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। କେହି ହତ୍ୟା କରିବା ପରେ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ମୃତକ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡ଼ିଛି। ସୁଧୀର ନାଁରେ ପୋଲସରା ଥାନାରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment
Puri Drowning Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ