Orissa High Court
ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ‘ଓରିଶା’ ବଦଳରେ ‘ଓଡ଼ିଶା’ ରଖିବାକୁ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ରାଜ୍ୟର ନାମ ପୂର୍ବରୁ ଥିବା ‘ଓରିଶା’ରୁ ‘ଓଡ଼ିଶା’ ପରିବର୍ତ୍ତନ ହୋଇସାରିଛି।
ଓଡ଼ିଶା ଲୋକଙ୍କ ଭାବାବେଗ ସହିତ ଜଡ଼ିତ ଥିବାରୁ ହାଇକୋର୍ଟର ନାମ ପରିବର୍ତ୍ତନ ଆବଶ୍ୟକ ରହିଥିବା ପ୍ରସନ୍ନ ଦାବି କରିଛନ୍ତି। ଏବେବି ‘ଓରିଶା ହାଇକୋର୍ଟ’ ରହିଥିବାରୁ ନାମ ପରିବର୍ତ୍ତନ କରିବା ପାଇଁ ସ୍ୱତନ୍ତ୍ର ବିଧେୟକ ଆଣିବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।
ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘୨୦୧୧ ମସିହାରେ ‘ଓରିଶା’, ‘ଓଡ଼ିଶା’ ହେଲା। ହେଲେ ଏପର୍ଯ୍ୟନ୍ତ ‘ଓଡ଼ିଶା ହାଇକୋର୍ଟ’ ହୋଇନାହିଁ। ଏବେ ଏହା ‘ଓରିଶା ହାଇକୋର୍ଟ’ ନାମ ରହିଛି। ତେଣୁ ‘ଓରିଶା’ ବଦଳରେ ‘ଓଡ଼ିଶା’ ରଖିବାକୁ ସ୍ୱତନ୍ତ୍ର ବିଧେୟକ କେନ୍ଦ୍ର ସରକାର ଆଣନ୍ତୁ। ଏଥିପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ଲୋଡ଼ା ଯାଉ। ‘High Court Of Orissa ’ ନାମ ପରିବର୍ତ୍ତନ କରାଯାଇ ‘High Court Of Odisha ’ କରାଯାଉ। କେବଳ ଏହି ହାଇକୋର୍ଟ ନୁହେଁ, ଅନେକ ହାଇକୋର୍ଟ ନାଁ ବଦଳାଯାଉ ବୋଲି ସେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644408258.jpg)