Advertisment

ଜୁଲାଇ ୧ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ !

ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଧମକ ଦିଆଯାଇଛି। ୯ ଦଫା ଦାବି ନେଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧମକ ଦେଇଛି।

ଅଦ୍ୟତନ ହୋଇଛି
Private Bus Services Will Be Suspended From 1st July In Odisha If Demands Will Not Full Fill

Private Bus Services Will Be Suspended From 1st July In Odisha If Demands Will Not Full Fill

Advertisment

ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଧମକ ଦିଆଯାଇଛି। ୯ ଦଫା ଦାବି ନେଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧମକ ଦେଇଛି।ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି କହିଛନ୍ତି, ରାଜ୍ୟ ସରକାର ଯଦି ଜୁନ୍ ୩୦ ମଧ୍ୟରାତ୍ର ସୁଦ୍ଧା ଦାବି ପୂରଣ ନ କରନ୍ତି ତେବେ ଜୁଲାଇ ୧ରୁ ରାଜ୍ୟର ୧୪ ହଜାର ଘରୋଇ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ।

Advertisment

ଜାଣନ୍ତୁ, ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବି କ’ଣ...

  • ବସ୍ ପରମିଟ୍‌କୁ  ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା
  • ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ଦେବା
  • ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ଶୀଘ୍ର ନିର୍ମାଣ
  • ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ଜାଗା ଦେବା
  • କୋଭିଡ୍ ସମୟରେ ଋଣ ଯୋଗାଇ ଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା
  • ବସ୍ ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଇତ୍ୟାଦି

ରାଜ୍ୟ ସରକାର ଯଦି ଜୁନ୍ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି ତା’ହେଲେ ଜୁଲାଇ ୧ରୁ ରାଜ୍ୟର ୧୪ ହଜାର ଘରୋଇ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯିବ।

Advertisment
Bus Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ