ଜେଲ୍‌ରେ କଏଦୀଙ୍କ ରହିବା ପାଇଁ ନଥିଲା ସୁବ୍ୟବସ୍ଥା, ଅଚାନକ ପହଞ୍ଚିଲେ ଜଜ୍‌ ! ନିଲମ୍ବିତ ହେଲେ ଜେଲର

କୋରାପୁଟ ସବ ଜେଲ୍‌କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା ।

Koraput

ଜେଲ୍‌ରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ନଥିବାରୁ ଦୁଇ ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜେଲରେ ଅନ୍ତେବାସୀଙ୍କ ଲାଗି ଅବ୍ୟବସ୍ଥା ଯୋଗୁଁ କୋରାପୁଟ ସବ୍ ଜେଲର ନିଲମ୍ବିତ ହେବା ସହ ଓ ନୟାଗଡ଼ ଖଣ୍ଡପଡ଼ା ଉପକାରାଗାର ଜେଲରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କୋରାପୁଟ ସବ ଜେଲ୍‌କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା । ସେହିଭଳି ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ କରାଯାଇଛି ।

ଏପଟେ ହାଇକୋର୍ଟ ବିଚାରପତିଙ୍କ ରିପୋର୍ଟ ଆଧାରରେ ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଜେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ ଡିଜି । ସେହିଭଳି ନୟାଗଡ଼ ନୟାଗଡ଼ ଜିଲ୍ଲା ଜଜ୍ ଖଣ୍ଡପଡା ଉପକାରାଗାରକୁ ଅଚାନକ ଗସ୍ତ କରିବା ପରେ ଅବ୍ୟବସ୍ଥା ସାମ୍ନାକୁ ଆସିବାରୁ ଜେଲରଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।