Advertisment

କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

ଅଦ୍ୟତନ ହୋଇଛି
prisoner escapes from cuttack SCB Medical

prisoner escapes from cuttack SCB Medical

Advertisment

କଟକ ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ । ଯାଜପୁର ରୋଡ ଉପକାରାଗାରରେ ଥିବା ଜଣେ ବିରାଚାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ସେ କଟକ ବଡ଼ ମେଡିକାଲରୁ ଫେରାର ହୋଇଯାଇଛି । ତେବେ ଫେରାର କଏଦୀ ଜଣକ ଶୁକ୍ରା ମୁଣ୍ଡା ବୋଲି ଜଣାପଡିଛି ।

Advertisment

ଶୁକ୍ରା ମୁଣ୍ଡା ବଡ଼ ମେଡିକାଲରେ ସୁରକ୍ଷା କର୍ମୀ ଓ ଫାର୍ମାସିଷ୍ଟଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଯାଇଛନ୍ତି । କଏଦୀ ଖସିଯାଇଥିବା ଜାଣିବାକୁ ପାଇ କଟକର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଏନେଇ ଯାଜପୁର ରୋଡ ଉପକାରାଗାରର କର୍ମଚାରୀ ମହେନ୍ଦ୍ର କୁମାର ମୃର୍ମୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ଜଣାପଡିଛି l ଏତଲା ପାଇବା ପରେ ମଙ୍ଗଳାବାଗ ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ କରୁଛି ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଂଚଳର ଶୁକ୍ରା ମୁଣ୍ଡା ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଯାଜପୁର ରୋଡ ଉପକାରାଗାରରେ ସଜ୍ଜା କାଟୁଥିଲେ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ୩୦ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

Advertisment
Cuttack SCB Medical Cuttack SCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ