Advertisment

ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କା!

ଜଣେ ପ୍ରାଥମିକ ଶିକ୍ଷକ ବର୍ଷକୁ କେତେ ବା ରୋଜଗାର କରିପାରିବେ? ଅତିବେଶିରେ ଲକ୍ଷେ ଟଙ୍କା। ଆପଣ କେବେ ଭାବି ପାରୁଛନ୍ତି କି ଜଣେ ପ୍ରାଥମିକ ଶିକ୍ଷକଙ୍କ ବାର୍ଷିକ ଆୟ ଏକ କୋଟି ହୋଇପାରେ! ଏହା କିନ୍ତୁ ସତ। ଏମିତି ଏକ ଖବର ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Primary Teacher Sukanya Mondal Annual Income 1 Crore

Primary teacher sukanya mondal annual income 1 crore

Advertisment

ଜଣେ ପ୍ରାଥମିକ ଶିକ୍ଷକ ବର୍ଷକୁ କେତେ ବା ରୋଜଗାର କରିପାରିବେ? ଅତିବେଶିରେ ଲକ୍ଷେ ଟଙ୍କା। ଆପଣ କେବେ ଭାବି ପାରୁଛନ୍ତି କି ଜଣେ ପ୍ରାଥମିକ ଶିକ୍ଷକଙ୍କ ବାର୍ଷିକ ଆୟ ଏକ କୋଟି ହୋଇପାରେ! ଏହା କିନ୍ତୁ ସତ। ଏମିତି ଏକ ଖବର ସାମ୍ନାକୁ ଆସିଛି।

Advertisment

ଏହା ହେଉଛି ପଶ୍ଚିମବଙ୍ଗର ଜଣେ ଶିକ୍ଷୟିତ୍ରୀଙ୍କ ରୋଜଗାର। ଏହି ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବାର୍ଷିକ ଆୟ ପ୍ରାୟ ଏକ କୋଟି ଟଙ୍କା। ସେ ୨୯ ଲକ୍ଷ ଟଙ୍କା ଆୟକର ଦେଇଛନ୍ତି। ତାଙ୍କ ନାଁ ସୁକନ୍ୟା ମଣ୍ଡଳ।

ଅଧିକ ପଢ଼ନ୍ତୁ: ପବନ ବିକ୍ରିକରି ଭଲ ରୋଜଗାର କରୁଛନ୍ତି ଯୁବକ; ବୋତଲ ୪୦୦ ଟଙ୍କା

କିଏ ଏହି ସୁକନ୍ୟା ମଣ୍ଡଳ:

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର ଅନୁବ୍ରତ ମଣ୍ଡଳ ଓରଫ କେଷ୍ଟୋଙ୍କ ଝିଅ ହେଉଛନ୍ତି ସୁକନ୍ୟା ମଣ୍ଡଳ।

Advertisment

୨୦୧୨-୧୩ ମସିହାରେ ସୁକନ୍ୟା ମଣ୍ଡଳର ଆୟ ୩ ଲକ୍ଷ ୧୦ ହଜାର ଟଙ୍କା ଥିଲା। କିନ୍ତୁ ୨୦୧୩-୧୪ରେ ଏହା ୮.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ପରେ, ୨୦୧୪-୧୫ ରେ, ସୁକନ୍ୟା ମଣ୍ଡଳଙ୍କ ଆୟ ୧୦ ଲକ୍ଷରୁ ଅଧିକ ହୋଇଥିଲା।

ସେହିପରି ୨୦୧୫-୧୬ ରେ ଏହା ୪୯ ଲକ୍ଷ ୩୨ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଏକ ରିପୋର୍ଟ ଅନୁସାରେ ସୁକନ୍ୟା ମଣ୍ଡଳର ଆୟ ୨୦୧୮-୧୯ରେ  ଦ୍ରୁତ ଗତିରେ ବଢି ଏହା ବାର୍ଷିକ ୧ କୋଟି ୨୯ ଲକ୍ଷକୁ ବୃଦ୍ଧି ପାଇଥିଲା।

Advertisment

ଆୟକର ରିଟର୍ଣ୍ଣରେ ପ୍ରକାଶିତ:

ସୁକନ୍ୟା ମଣ୍ଡଳ ନିଜର ଆୟକର ରିଟର୍ଣ୍ଣରେ ନିଜର ରୋଜଗାର ବିଷୟରେ ପ୍ରକାଶ କରିଛନ୍ତି। ୨୦୧୯-୨୦ ବର୍ଷରେ ସୁକନ୍ୟା ମଣ୍ଡଳ ତାଙ୍କର ଆୟକୁ ୧ କୋଟି ୪୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଯେତେବେଳେ କି ୨୦୨୦-୨୧ ବର୍ଷରେ ଏହା ୯୨ ଲକ୍ଷ ୯୭ ହଜାର ଟଙ୍କା ହୋଇଯାଇଥିଲା। ଏହା ହେଉଛି ସୁକନ୍ୟା ମଣ୍ଡଳର ବ୍ୟକ୍ତିଗତ ରୋଜଗାର। ତେବେ ତାଙ୍କ ନାଁରେ ରାଇସ୍ ମିଲ୍ ଓ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ଅଛି। ଏସବୁର ଆୟ ଅଲଗା।

କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଅନୁବ୍ରତ ମଣ୍ଡଳର ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଥିଲେ। ତାଙ୍କର ଆକ୍ସିସ୍ ବ୍ୟାଙ୍କ୍‌ ଆକାଉଣ୍ଟରେ ୭ କୋଟି ଟଙ୍କା ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍‌ରେ ୧ କୋଟି ୧୨ଲକ୍ଷ ଟଙ୍କା ଜମା ଥିଲା। ୨୦୧୯ ମସିହାରେ ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ଏବଂ ତାଙ୍କ ପତ୍ନୀ ଚିତ୍ରା ମଣ୍ଡଳଙ୍କ ବାର୍ଷିକ ଆୟ ଦୁଇ କୋଟିରୁ ଅଧିକ ଥିଲା।

Teacher Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ