Primary school teacher's property raided by Odisha Vigilance
ରାୟଗଡ଼ାର ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏତେ ସମ୍ପତ୍ତି ଜବତ ହେଲା ଯେ, କାବା ହୋଇଗଲେ ଅଧିକାରୀ । ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଶିରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।
ଏବେ ସୁଦ୍ଧା ମୋଟ ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନା । ଶିଶିରଙ୍କର ଠାବ ୫ଟି କୋଠାର ମୂଲ୍ୟ ପ୍ରାୟ ୪ କୋଟିରୁ ଅଧିକ ଟଙ୍କା ହୋଇଥିବା ଜଣାପଡିଛି । ଦୋରାଗୁଡ଼ା ଥାନା ନୂଆପଡ଼ା ଛକରେ ରହିଛି ଏହି ସମସ୍ତ ୫ଟି କୋଠା । ଏହାସହ ଇନୋଭା କାର୍, ବୋଲେରୋ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । କେବଳ ଏତିକି ନୁହେଁ ୧୨ ଲକ୍ଷର ସୁନା , ବ୍ୟାଙ୍କ ଜମା ଥିବା ୨୨ ଲକ୍ଷ ଟଙ୍କା ମଧ୍ୟ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଉଛି ।
ଏହା ସହ ନଗଦ ୨. ୮୮ ଲକ୍ଷ ଟଙ୍କା, ୪୦୮ ଗ୍ରାମ ସୁନା, ୨୨୯ ଗ୍ରାମ ରୁପା ଗହଣା ଠାବ ହୋଇଛି । କେବଳ ଏତିକି ନୁହେଁ ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା ଠାବ ହୋଇଛି ୨୧.୬୮ ଲକ୍ଷ ବ୍ୟାଙ୍କ ଜମା, ଗୋଟିଏ ଇନୋଭା, ଗୋଟିଏ ବୋଲେରୋ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଠାବ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643461360.jpg)