Advertisment

ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍

ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍...ଏବେ ଭୁବନେଶ୍ୱର, ବାଲେଶ୍ୱର, କଟକରେ ଏତିକି ଟଙ୍କାରେ ବିକ୍ରି ହେଉଛି ଟମାଟୋ ...

Prices of tomatoes down

Prices of tomatoes down

Advertisment

ଖାଉଟିଙ୍କ ପାଇଁ ଖୁସି ଖବର । ବୃଦ୍ଧି ପାଉଥିବା ଟମାଟୋ ଦରରେ ଲାଗିଛି ବ୍ରେକ୍ । ୧୦୦ ଟଙ୍କାରୁ ଖସି ଏବେ ଟମାଟୋ ଦର ୬୦ ଟଙ୍କାରେ ପହଞ୍ଚିଛି । 

Advertisment

ଭୁବନେଶ୍ୱର, ବାଲେଶ୍ୱର, କଟକ, ଜୟପୁର ସହରରେ ଟମାଟୋ ଦର ୬୦ ଟଙ୍କାରେ ପହଞ୍ଚିଥିବାବେଳେ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ଅନେକ ସହରରେ ଟମାଟୋ ଦର ୮୦ ଟଙ୍କାରେ ରହିଛି ।

ତେବେ ଦର ଖସିବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ଗ୍ରାହକ । ତଥାପି ସାଧାରଣ ଦରଠାରୁ ଏହା ଢେର ଅଧିକ ଥିବାରୁ ଗ୍ରାହକମାନେ ଏବେ ଚିନ୍ତାରେ ଛନ୍ତି । ଫଳରେ ରୋଷେଇ ପାଇଁ ଲୋକେ ଅଳ୍ପ ଟମାଟୋ କିଣୁଛନ୍ତି ।

Advertisment

ଅନ୍ୟପକ୍ଷେ, ଗତ ଶୁକ୍ରବାର ଦିନ ଟମାଟୋ କିଲୋ ପିଛା ଶହେ ଟଙ୍କା ହୋଇଥିଲା । ଆକାଶଛୁଆଁ ଦରକୁ ଦେଖି ଖାଉଟି ଚିନ୍ତାରେ ଥିବାବେଳେ ଆଜି ଟମାଟୋ ଦରରେ ହ୍ରାସ ଘଟିବା ଖବର ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉଚ୍ଚା ଦରକୁ ନେଇ ୮ ପ୍ରତିଶତରେ ପହଞ୍ଚିବାକୁ ବସିଲାଣି ମୁଦ୍ରାସ୍ଫୀତି, ଯାହାକି ଗତ ୮ ବର୍ଷରେ ସର୍ବାଧିକ । ତୁରନ୍ତ ପ୍ରତିକାର ନକଲେ, ଆଗକୁ ଦେଶର ଆର୍ଥିକ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାଇ ଦେଇଛନ୍ତି ଅର୍ଥନୀତି ବିଶାରଦ ।

Tomato Price Odisha Tomato Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ