Advertisment

ପାର୍ବଣ ବେଳେ ରାଡାରରେ ରହିବେ ଅପରାଧୀ : ଅଧିକ ଅମାନିଆ ହେଲେ ଗିରଫ୍ କରିବ ପୋଲିସ୍

’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ ।  ମନଇଚ୍ଛା ବୁଲିଲେ ମାମୁଁଘର ଯିବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଅଦ୍ୟତନ ହୋଇଛି
cp

cp

Advertisment

ଭୁବନେଶ୍ୱର : ’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ ।  ମନଇଚ୍ଛା ବୁଲିଲେ ମାମୁଁଘର ହାୱା ଖାଇବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Advertisment

ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ପାର୍ବଣ ଋତୁରେ ସଂକ୍ରମଣ ବଢ଼ିବା ଆଶଙ୍କା ନେଇ ଟୁଇନ୍ ସିଟି ବାସିନ୍ଦାଙ୍କୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ୧୧ ତାରିଖ ଅର୍ଥାତ ସୋମବାରଠୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟରେ ପେଷାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ରାତି ୮ଟା ପରେ କଟକଣାକୁ ଯେପରି କଡ଼ାକଡ଼ି ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ । 

କୋଭିଡ୍ ମହମାରୀ ପ୍ରକୋପକୁ ହ୍ରାସ କରିବା ଏହି କଟକଣାର ଏକମାତ୍ର ଲକ୍ଷ୍ୟ । ପୂଜା ମଣ୍ଡପରେ କିଏ ଲାଇଟ୍ ଲଗାଇଲେ କୌଣସି କଟକଣା ନାହିଁ ।  ତେବେ ଅଭ୍ୟାସଗତ ଅପରାଧୀଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ୍ ଆରମ୍ଭ ହୋଇସାରିଛି । ଦାଦାବଟିକୁ ନା କରାଯାଇଛି । କଟକ ଭୁବନେଶ୍ୱରରେ ଅନେକ ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିପି । 

Advertisment

ଅନ୍ୟପଟେ ଡ୍ରଗ୍ସ ବିରୋଧୀ ଅଭିଯାନ ସମ୍ପର୍କରେ ମଧ୍ୟ ପ୍ରେସମିଟ୍ କରାଯାଇଛି । ଆଜି ବାଲିଅନ୍ତାରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା କହିଛନ୍ତି ସିପି । ବ୍ରାଉନସୁଗାର ଗାର ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ୨୦୨୧ରେ ଟୁଇନ୍ ସିଟିରୁ ୧୦ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ୱର ଅର୍ବାନରୁ ୫ କେଜିରୁ ଊର୍ଦ୍ଧ୍ୱ ଓ କଟକରୁ ୪ କେଜିରୁ ଊର୍ଦ୍ଧ୍ୱ ଜବତ କରାଯାଇଛି । ଏହାସହ ଭୁବନେଶ୍ୱରରୁ ନଗଦ ୪୩ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଭୁବନେଶ୍ୱରରୁ ୬୭ ଜଣ ଓ କଟକରୁ ୩୦ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ମଧ୍ୟ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିବ କହିଛନ୍ତି ସିପି ।

Advertisment

ସେହିପରି ରେଭ୍ ପାର୍ଟି ଉପରେ ନଜର ରହିବ ବୋଲି କହିଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Commissionerate Police Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ