Advertisment

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ, ୧୧ ଜଣ ପାଇବେ ପୋଲିସ୍‌ ମେଡାଲ

ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍‌ ମେଡାଲ।

ଅଦ୍ୟତନ ହୋଇଛି
President’s Medal For 2 From Odisha

President’s medal for 2 from odisha

Advertisment

ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ। IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। 

Advertisment

ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶା ରୁ ୧୧ ଜଣ ପାଇବେ ପୋଲିସ୍‌ ମେଡାଲ। ASP ଯତୀନ୍ଦ୍ର ପଣ୍ଡା, ପ୍ରଦ୍ୟୁମ୍ନ ମିଶ୍ର, DSP ସୁଧାଂଶୁ ପୂଜାରୀଙ୍କୁ ମେଡାଲ ମିଳିବ। ଏସିପି ହିମାଂଶୁ ସ୍ୱାଇଁ, ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, ଇନ୍ସପେକ୍ଟର ଅରୁଣ ବଳିୟାର ସିଂ, SI ଯୁଗଳ ପ୍ରଧାନ ମଧ୍ୟ ପଦକ ପାଇବେ।

ASI ବିଜ୍ଞାନ ମହାନ୍ତି, କନଷ୍ଟେବଲ ସାୱରଦିନ ଖାନ୍‌ଙ୍କୁ ମେଡାଲ ପ୍ରଦାନ କରାଯିବ। ଡ୍ରିଲ ଇନ୍ସପେକ୍ଟର ଅନୀଲ ମିଂଜ, ସିପାହୀ ପ୍ରଦୀପ ବେହେରା ମଧ୍ୟ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସାରା ଦେଶରୁ ମୋଟ୍‌ ୯୦୧ ଜଣ ପୋଲିସ ମେଡାଲ ପାଇବା ଲାଗି ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୦ ପୋଲିସ୍ କର୍ମଚାରୀ ସାହସିକତା ପୁରସ୍କାର ପାଇବେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ