Advertisment

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ରାଇସ୍‌, ସଜନା ଶାଗ, ଦହିବରା ସମେତ ଏହିସବୁ ଖାଦ୍ୟ ରହିଛି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।

ଅଦ୍ୟତନ ହୋଇଛି
President Droupadi Murmu Odisha Visit

President Draupadi Murmu Odisha Visit

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ଆଜି ରାଷ୍ଟ୍ରପତି ୧୦ଟି PVTG ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ ଭେଟିଛନ୍ତି। ସେପଟେ ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି। ଏହାସହ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି।

Advertisment

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ, କ’ଣ କ’ଣ ରହିଛି କାର୍ଯ୍ୟକ୍ରମ..

ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରି ଆସିବେ ଏବଂ ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଜାଣନ୍ତୁ କ’ଣ ରହିଛି ମଧ୍ୟାହ୍ନ ଭୋଜନ ମେନ୍ୟୁରେ...

  • ପ୍ଲେନ ରାଇସ୍‌, ଫ୍ରାଇଡ ରାଇସ୍‌
  • ରୁଟି, ପୁରୀ, ଡାଲି, ଚଣା ମସଲା
  • ସଜନା ଶାଗ, ଜହ୍ନି ବଡ଼ି, ଛତୁ,
  • ଦହିବରା, କଲରା ଚିପ୍ସ, ଛୋଲେ ପନିର, ଆମ୍ବ ଖଟା
  • ଖିରି, ଛେନା ପୋଡ଼, ପାମ୍ପଡ, ସାଲାଡ଼

ରାଷ୍ଟ୍ରପତିଙ୍କ ପାଇଁ ଏତେସବୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଆଶ୍ରମ ସଦସ୍ୟ ଖୁସି ପ୍ରକଟ କରିଛନ୍ତି। ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ପୂର୍ବରୁ ବାକି ୩ଟି ସମୁଦାୟ ସହ ରାଷ୍ଟ୍ରପତି ଆଲୋଚନା କରିସାରିଥିବା ସୂଚନା ମିଳିଛି ।

Advertisment
President Of India Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ