Advertisment

ଦର୍ଶନ ପୁସ୍ତିକାରେ ଭାବପୂର୍ଣ୍ଣ ଅନୁଭୂତି ବଖାଣିଲେ ରାଷ୍ଟ୍ରପତି

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Draupadi Murmu In Odisha

Droupadi Murmu

Advertisment

ରାଷ୍ଟ୍ରପତି ଦୌପଦୀ ମୁର୍ମୁ(Droupadi Murmu) ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦର୍ଶନ ପୁସ୍ତିକାରେ ନିଜର ଭାବପୂର୍ଣ୍ଣ ଅନୁଭୂତି ବଖାଣିଛନ୍ତି। ଶ୍ରୀମତୀ ମୁର୍ମୁ ଲେଖିଛନ୍ତି ,ସେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ମନେ କରୁଛନ୍ତି । ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଦାରୁଦେବତା ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର ।

Advertisment

ଅଧିକ ପଢ଼ନ୍ତୁ: ଜଗା ପାଇଁ ଭାବବିହ୍ୱଳ ମହାମହିମ, ଚାଲିଚାଲି ଗଲେ ଶ୍ରୀମନ୍ଦିର; ଦେଖନ୍ତୁ ଭିଡିଓ

ଏହି ଅବସରରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ଆମ ଦେଶ ଯେମିତି ବିକାଶ ଓ ଅଭିବୃଦ୍ଧିର ଶିଖରରେ ପହଞ୍ଚିବ, ସେଥି ପାଇଁ ସେ ମହାପ୍ରଭୁଙ୍କୁ ଗୁହାରୀ କରିଥିଲେ । ଆଜି ସକାଳେ ଶ୍ରୀମତି ମୁର୍ମୁ ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରୁ ନୀଳଚକ୍ରକୁ ପ୍ରଣିପାତ କରି ପାଦରେ ଚାଲି ଚାଲି ଯିବା ଘଟଣା ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ବଡ଼ଦାଣ୍ଡରେ ରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ଲୋକଙ୍କ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

Advertisment

 ତେବେ ଆଜି ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡରେ ଚାଲି ଚାଲି ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଜଗା ଦର୍ଶନ ପୂର୍ବରୁ ବଡ଼ଦାଣ୍ଡରେ ଭାବବିହ୍ୱଳ ହୋଇ ପଡିଥିଲେ ଦ୍ରୌପଦୀ ମୁର୍ମୁ । ଦୁଇ ହାତ ଟେକି ସେ ନୀଳଚକ୍ରକୁ ପ୍ରଣିପାତ କରିଥିଲେ । ଏହାପରେ ବଡଦାଣ୍ଡରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭେଟିଥିଲେ । ବଡଦାଣ୍ଡରେ ଚାଲିବା ବେଳେ ସେ କୁନିକୁନି ପିଲାଙ୍କ ସହ ମିଶିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ ।

Advertisment

ସିଂହଦ୍ୱାର ସମ୍ମୁଖରେ ଗଜପତି ମହାରାଜ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣସ୍ତମ୍ଭକୁ ପ୍ରଣିପାତ କରି ବାଇଶି ପାହାଚ ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।

ଏହାପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସିଧା ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଥିଲା ।

Puri Srimandir President Of India Draupadi Murmu President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ