"ଓଟିଭି ପାଇଁ ଆମେ ଆମ ମା’କୁ ଫେରି ପାଇଛୁ"

ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।

Missing Woman Reunites With Son

କଟକ: ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।

ଲାବଣି ଦେଇ ନାମକ ଜଣେ ବୃଦ୍ଧା ୧୫ ମାସ ହେବ କଟକ ମଙ୍ଗଳାବାଗ ଅଞ୍ଚଳରୁ ନିଜ ଘରୁ କେଉଁ ଆଡେ ଚାଲି ଯାଇଥିଲେ । ତାଙ୍କ ପରିବାର ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ମାଆ ର ସନ୍ଧାନ ପାଇପାରି ନଥିଲେ । ଏମିତିକି ଏନେଇ ପରିବାର ପକ୍ଷରୁ ଏସମ୍ପର୍କରେ ମଙ୍ଗଳାବାଗ ଥାନାରେ ଜଣା ଯାଇଥିଲା । କିନ୍ତୁ କେହିବି ଲାବଣୀଙ୍କ ସନ୍ଧାନ ପାଇନଥିଲେ ଓ ପରିବାର ଲୋକେ ଏନେଇ ବେଶ ଚିନ୍ତିତ ଥିଲେ ।

 

ଓଟିଭିରେ ଶୁକ୍ରବାର ପ୍ରସାରିତ ପ୍ରେରଣା କାର୍ଯ୍ୟକ୍ରମ ଟିଭିରେ ଦେଖିବା ପରେ ମାଆକୁ ଚିହ୍ନି ପାରିଥିଲେ ପୁଅ । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା କିଭଳି ମାନସିକ ଭାରସାମ୍ୟ ହରାଇଥିବା ମହିଳାଙ୍କୁ ରଖି ସେମାନଙ୍କ ଯତ୍ନ ନେଉଛନ୍ତି, ତାହା ପ୍ରସାରଣ କରାଯାଇଥିଲା । ଏହି କାର୍ଯକ୍ରମ ଦେଖି ଦୀର୍ଘ ୧୫ ମାସ ହେବ ହଜିଯାଇଥିବା ୬୫ବର୍ଷର ମାଆକୁ ଫେରି ପାଇଥିଲେ ପୁଅ ବୋହୁ । ଚୌଦ୍ୱାର ନିକଟସ୍ଥ ଆମ୍ବିଳିଝରିଠାରେ ଥିବା ଜନନୀ ଆଶ୍ରମରେ ପହଞ୍ଚି ନିଜ ମାଆକୁ ଚିହ୍ନିବା ସହିତ ସାଙ୍ଗରେ ମଧ୍ୟ ନେଇଯାଇଥିଲେ । ମାଆକୁ ଫେରି ପାଇବା ପରେ ପୁଅ ବୋହୁ ବହୁତ୍ ଖୁସି ଥିବା ସହିତ ଓଟିଭିକୁ ଅଶେଷ ଧନ୍ୟବାଦ୍ ଜଣାଇଥିଲେ ।