ପେଟରେ ନଅ ମାସର ଶିଶୁ : ଟ୍ରଲି ଟାଣି, ଜରି ଗୋଟାଇ ପେଟ ପୋଷୁଛନ୍ତି ଅସହାୟ ଲକ୍ଷ୍ମୀ

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି।

ହାତରେ ଟ୍ରଲି, ଗଳି ଗଳିକୁ ବୁଲୁଛନ୍ତି

ମୋ ସ୍ୱାମୀ ମଦ ପିଇ ସାଙ୍ଗ ମାନଙ୍କ ସହ ଅୟଶ କରୁଛି । ଶାଶୂଶ୍ୱଶୁର କଥାରେ ପଡି ମୋତେ ଛାଡ଼ିଦେଲା । ଏବେ ମୋ ପେଟରେ ଛଅ ମାସର ଶିଶୁ । ମୁଁ ଟ୍ରଲି ଟାଣିଲେ ମୋ ପେଟରେ ବଢ଼ୁଥିବା ପିଲା ପାଇଁ କିଛି କରିବି । କଠିନରୁ କଠିନ ପରିଶ୍ରମ କରି ନିଜ ପିଲା ପାଇଁ ପେଟ ପୋଷୁଥିବା ଜଣେ ଆସନ୍ନ ପ୍ରସବ ମହିଳା ଲକ୍ଷ୍ମୀଙ୍କ କାହାଣୀ ସତରେ ଖୁବ୍ ହୃଦୟବିଦାରକ ।

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି। ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲା ବେଳୁ ପଶ୍ଚିମରେ ଉଇଁବା ପର୍ଯ୍ୟନ୍ତ ଇଏ ଏମିତି ପରିଶ୍ରମ କରିଚାଲିଛନ୍ତି।

ଲକ୍ଷ୍ମୀପ୍ରିୟା ଦାସ । ବୟସ ୧୯ ହେବ । କୁନି ଝିଅଟିଏ ପାଖରେ ଥିବାବେଳେ ପେଟରେ ମଧ୍ୟ ଶିଶୁଟିଏ ଅଛି । ଆସନ୍ନ ପ୍ରସବ ହୋଇ ମଧ୍ୟ ଲକ୍ଷ୍ମୀ ଟ୍ରଲି ଟାଣି ଟାଣି ଏ ଗଳିରୁ ସେ ଗଳି ଏ ସାହିରୁ ସେ ସାହି ବୁଲୁଥିବାର ବୁଲୁଛନ୍ତି । ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲା ବେଳୁ ପଶ୍ଚିମରେ ଉଇଁବା ପର୍ଯ୍ୟନ୍ତ ଇଏ ଏମିତି ପରିଶ୍ରମ କରିଚାଲିଛନ୍ତି।

କାରଣ ସେ ଜାଣିସାରିଛନ୍ତି ,ଯଦି ଆଜି ଘରେ ବସିପଡ଼ିବେ ତେବେ ତାଙ୍କ ପାଖରୁ ଜନ୍ମ ହେବାକୁ ଥିବା ପିଲାଟି ଭୋକରେ ରହିବ । ତେଣୁ କଷ୍ଟ ଯନ୍ତ୍ରଣାକୁ ଖାତିର ନକରି ୯ ମାସର ଗର୍ଭବତୀ ହୋଇ ମଧ୍ୟ ଟାଣୁଛନ୍ତି ଟ୍ରଲି । ଦୁଃଖର କଳାବାଦଲ ଯେମିତି ତାଙ୍କ ଉପରେ ପୂରା ଘୋଡ଼େଇ ହୋଇ ରହିଛି । ଲକ୍ଷ୍ମୀ ରାସ୍ତାରେ ଯାଉଥିବା ବେଳେ ଶହ ଶହ ଲୋକ ଭେଟନ୍ତି କିନ୍ତୁ କେହି ସାହାଯ୍ୟ କରିବା ପାଇଁ ହାତ ବଢାଉନାହାନ୍ତି। ।

ହେଲେ ନିଜ ମାଆର ଦୁଃଖକୁ ବେଶ୍‌ ଭଲରେ ବୁଝିପାରୁଛି ତାଙ୍କ କୁନି ଝିଅ । ମାଆର କଷ୍ଟକୁ ସହିନପାରି ମା’କୁ ସାହାଯ୍ୟ କରୁଛି । ସାହି ସାହି ବୁଲି ପ୍ଲାଷ୍ଟିକ୍‌ ବୋତଲ ଆଦି ଗୋଟାଉଛନ୍ତି ମାଆ ଆଉ କୁନି ଝିଅ। ଆଉ ଦିନକୁ ରୋଜଗାର ହେଉଛି ମାତ୍ର ୧୫୦ ରୁ ୨୦୦ ଟଙ୍କା।

ବାରିପଦା ସହରର ୱାର୍ଡ ନମ୍ବର ୧୩ ଅଞ୍ଚଳରେ ହାଟପଦାରେ ଥିବା ଏକ ବସ୍ତିରେ ରହନ୍ତି ଲକ୍ଷ୍ମୀ । ଏ ସମୟରେ ବି ବର୍ଷକର ପୁଅ, ବୁଢ଼ା ମା ଓ ବାପାଙ୍କ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ରହିଛି। ସ୍ୱାମୀ ମଦ୍ୟପ ଥିବା ବେଳେ ଶାଶୂ ଓ ଶ୍ୱଶୁରଙ୍କ କଥାରେ ଲକ୍ଷ୍ମୀଙ୍କୁ ଆଉ ପଚାରୁନାହାନ୍ତି । କିନ୍ତୁ ଲକ୍ଷ୍ମୀ ସମସ୍ତଙ୍କୁ ନେଇ ଚାଲିବାର ଦେଖୁଛନ୍ତି ସୁନେଲୀ ସ୍ୱପ୍ନ । ତେଣୁ କୌଣସି ବାଧାବିଘ୍ନକୁ ଖାତିର ନକରି ଆଜି ରାସ୍ତାରେ ଟ୍ରଲି ଟାଣି ପୂରା ପରିବାର ଚଳାଉଛନ୍ତି ଲକ୍ଷ୍ମୀ ।

ବାରିପଦାରୁ ମାନିକଲାଲ ପାଣିଙ୍କ ରିପୋର୍ଟ