Advertisment

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ପୂର୍ବାନୁମାନ; ପୃଥିବୀର ହେବ ପରିବର୍ତ୍ତନ

ପୂର୍ବରୁ ମହିଳା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିବା ବେଳେ ୨୦୨୩କୁ ନେଇ ସେ କରିଛନ୍ତି ଭୟଙ୍କର ପୂର୍ବାନୁମାନ। ହଜାର ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ସେ କହିଛନ୍ତି। ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Baba Vanga's Predictions 2023

Predictions of baba vanga earth orbit to change

Advertisment

ଏ ଦୁନିଆ ଦିନକୁ ଦିନ ଆଗକୁ ଯାଉଛି ଏବଂ ଆମେ ପ୍ରତିଦିନ ନୂଆ ଉଚ୍ଚତାକୁ ଛୁଉଁଛୁ। ପ୍ରତ୍ୟେକ ବର୍ଷ କିଛି ନା କିଛି ନୂଆ ଜିନିଷ ସାମ୍ନାକୁ ଆସେ ଏବଂ କିଛି ସ୍ମୃତି ହୋଇଯାଏ। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଆଗାମୀ ବର୍ଷ ମାନବ ସମାଜ ପାଇଁ କ’ଣ ହେବ ତାହା ଜାଣିବାକୁ ସମସ୍ତଙ୍କର ଉତ୍ସାହ ରହିଛି। ଏହାରି ଭିତରେ କିଛି ଭବିଷ୍ୟବାଣୀ ଆମର କୌତୁହଳକୁ ଶାନ୍ତ କରିବାକୁ ସକ୍ଷମ ହୁଏ। ଏହିପରି ସଠିକ ଭବିଷ୍ୟବାଣୀ ପାଇଁ ବୁଲଗେରିଆର ମହିଳା ବାବା ଭେଙ୍ଗା ପ୍ରସିଦ୍ଧ।

Advertisment

ଅଧିକ ପଢ଼ନ୍ତୁ:ଆରମ୍ଭ ହେବ କି ତୃତୀୟ ବିଶ୍ୱଯୁଦ୍ଧ; ଦୁନିଆକୁ ଡରଉଛି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ

ବାବା ଭେଙ୍ଗା, ଯିଏ ଦୁନିଆର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାର ସଠିକ୍ ପୂର୍ବାନୁମାନ କରିଥିଲେ, ୨୦୨୩ ବର୍ଷ ବିଷୟରେ ଏପରି କିଛି କଥା କହିଛନ୍ତି, ଯାହା ହୃଦୟକୁ ଥରେଇ ଦିଏ। ଶହ ଶହ ବର୍ଷ ପୂର୍ବେ

Advertisment

ବାରାକ ଓବାମାଙ୍କ ରାଷ୍ଟ୍ରପତି ହେବା ଠାରୁ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଶହ ଶହ ବର୍ଷ ପୂର୍ବରୁ କହିଦେଇଥିବା ବାବା ଭଙ୍ଗାଙ୍କ ଭବିଷ୍ୟବାଣୀ ୨୦୨୩ ପାଇଁ କ’ଣ ଅଛି ଆସନ୍ତୁ ଜାଣିବା।

ଅଧିକ ଥଣ୍ଡା ହେବ, ରାତି ଲମ୍ବା ହେବ:

୨୦୨୩କୁ ନେଇ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ ଯେ ଏହି ବର୍ଷରେ ପୃଥିବୀ ନିଜ କକ୍ଷପଥରୁ ଟିକିଏ ଖସିଯିବ। ଯଦିଓ ପୃଥିବୀର ସନ୍ତୁଳନ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ପୃଥିବୀର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଜଳବାୟୁରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଯଦି ଏହା ସୂର୍ଯ୍ୟ ଆଡକୁ ଯାଏ, ତେବେ ଅଧିକ ଉତ୍ତାପ ହେବ, ଯଦି ଅନ୍ୟ ପାର୍ଶ୍ୱକୁ ଯାଏ ତେବେ ଥଣ୍ଡା ସହିତ ରାତି ମଧ୍ୟ ଲମ୍ବା ହେବ।

Advertisment

ଟେକ୍ନୋଲୋଜିରେ ପ୍ରଭାବ:

ଏହା ବ୍ୟତୀତ ଚଳିତ ବର୍ଷ ସୌର ଝଡ଼ ଯୋଗୁଁ ବୈଦ୍ୟୁତିକ ଚାର୍ଜ, ଚୁମ୍ବକୀୟ କ୍ଷେତ୍ର ଏବଂ ବିକିରଣ ମଧ୍ୟ ବୃଦ୍ଧି ପାଇବ। ଲକ୍ଷ ଲକ୍ଷ ପରମାଣୁ ବୋମା ବିସ୍ଫୋରଣ ହେବା ପରି ଏହା ଶକ୍ତିଶାଳୀ ହେବ, ଯାହା ଟେକ୍ନୋଲୋଜି ଉପରେ ସର୍ବାଧିକ ପ୍ରଭାବ ପକାଇବ।

ହଜାର ହଜାର ଲୋକଙ୍କ ମୃତ୍ୟୁ ଆଶଙ୍କା:

କେବଳ ଏତିକି ନୁହେଁ, ଏହି ବର୍ଷ ବାବା ଭେଙ୍ଗା ମଧ୍ୟ କୌଣସି ଏକ ବଡ ଦେଶ ଜୈବିକ ଅସ୍ତ୍ର ଉପରେ ଗବେଷଣା କରିବ ବୋଲି ପୂର୍ବାନୁମାନ କରିଥିଲେ। ତାଙ୍କ କହିବାନୁସାରେ, ଏହି ପରୀକ୍ଷଣରେ ହଜାର ହଜାର ଲୋକ ମରିବେ। ବାବା ଭେଙ୍ଗା ଦାବି କରିଛନ୍ତି ଯେ ଆଣବିକ ଶକ୍ତି କେନ୍ଦ୍ର ଏହି ବର୍ଷ ବିସ୍ଫୋରଣ ହୋଇପାରେ। ତେବେ ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଏହି ଭୟକୁ ଆହୁରି ବଢେଇ ଦେଉଛି।

କେବଳ ଏତିକି ନୁହେଁ, ୨୦୨୩ରେ ଲୋକମାନେ ନିଜେ ନିଜ ପିଲାମାନଙ୍କର ଡିଜାଇନ୍ କରିବା ଆରମ୍ଭ କରିବେ, ଅର୍ଥାତ୍ ପ୍ରାକୃତିକ ଜନ୍ମ ପରିବର୍ତ୍ତେ ଲୋକେ ଲ୍ୟାବ୍‌ରେ ନିଜ ପିଲାଙ୍କୁ ତିଆରି କରିବାରେ ମନ ଦେବେ। ବାବା ଭେଙ୍ଗା ନିଜର ଭବିଷ୍ୟବାଣୀ ପାଇଁ ଦୁନିଆରେ ଖୁବ ପ୍ରସିଦ୍ଧ। ସେ ମାତ୍ର ୧୨ ବର୍ଷ ବୟସରେ ନିଜ ଆଖି ହରାଇଥିଲେ, କିନ୍ତୁ ଭବିଷ୍ୟତ ଦେଖିବା ପାଇଁ ସେ ଈଶ୍ୱରଙ୍କଠାରୁ ଏକ ଅନନ୍ୟ ବର ପାଇଥିଲେ।

Ajab Gajab Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ