Predictions- New Year 2022 global warming to new virus, Alien attack
୨୦୨୧ ଶେଷ ହେବାକୁ ଯାଉଛି। ଆଉ କେଇଟା ଦିନ ପରେ ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି। ତେବେ ଚଳିତ ବର୍ଷ ଅନେକ ପ୍ରକାରର ସଙ୍କଟର ସମ୍ମୁଖୀନ ହେଉଥିବା ଲୋକଙ୍କ ସାମ୍ନାରେ ଏକ ବଡ଼ ପ୍ରଶ୍ନ ହେଉଛି ଆଗାମୀ ବର୍ଷ କିପରି ହେବ? ଏହାରି ଭିତରେ ଆସିଛି ଏକ ଭବିଷ୍ୟବାଣୀ। ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ( Baba Bhenga ) ୨୦୨୨ ବର୍ଷକୁ ନେଇ ଭୟାନକ ଭବିଷ୍ୟବାଣୀ ଶୁଣେଇଛନ୍ତି। ବାବା ଭେଙ୍ଗା ଆମେରିକାର ୯/୧୧ ଆକ୍ରମଣ ଠାରୁ ସୁନାମୀ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ ଯାହା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଛି। ବାବା ଭେଙ୍ଗା ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ।
ଭବିଷ୍ୟବକ୍ତା ବାବା ଭେଙ୍ଗା ଏକ ଭୟଙ୍କର ବିଷ୍ୟବାଣୀ କରିଛନ୍ତି ଏବଂ କହିଛନ୍ତି ଯେ ୨୦୨୨ ମସିହାରେ କରୋନା ଠାରୁ ବି ମାରତ୍ମକ ଭୂତାଣୁ ଆସିବ। ଏହା ସହିତ ସେ କହିଛନ୍ତି ଯେ ୨୦୨୨ ମସିହାରେ, ଏଲିୟନମାନେ ପୃଥିବୀ ଉପରେ ଆକ୍ରମଣ କରିବେ। ଭାରତରେ ଅନାହାର ଦେଖାଦେବ ଯାହା ପଙ୍ଗପାଳଙ୍କ ଆକ୍ରମଣରୁ ଉତ୍ପନ୍ନ ହେବ।
ବାବା ଭେଙ୍ଗା ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପ୍ରକୃତ ନାମ ଭେଙ୍ଗେଲିଆ ଗୁଷ୍ଟରୋଭା। ୧୯୯୬ ମସିହାରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ସେ କହିଥିଲେ ଯେ ଈଶ୍ୱର ତାଙ୍କୁ ଏକ ଅନନ୍ୟ ଉପହାର ଦେଇଛନ୍ତି ଯାହା ଦ୍ୱାରା ସେ ଭବିଷ୍ୟତକୁ ଦେଖିପାରନ୍ତି। ଯେତେବେଳେ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା, ସେତେବେଳେ ଏକ ଭୟଙ୍କର ଝଡ ଆସିଥିଲା ​​ଯେଉଁଥିରେ ସେ ଦୃଷ୍ଟି ଶକ୍ତି ହରାଇଥିଲେ। ବାବା ଭେଙ୍ଗା ନିଜ ମୃତ୍ୟୁର ଭବିଷ୍ୟବାଣୀକୁ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ କହିଥିଲେ। ବାବା ଭେଙ୍ଗା ତାଙ୍କ ମୃତ୍ୟୁ ପୂର୍ବରୁ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଦେଇଥିଲେ।
୨୦୨୨ର ବିପଜ୍ଜନକ ଭବିଷ୍ୟବାଣୀ:
ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅନୁଯାୟୀ, ଗବେଷକମାନେ ସାଇବେରିଆରେ ଏକ ମାରାତ୍ମକ ଭୂତାଣୁ ଆବିଷ୍କାର କରିବେ। ଏହି ଭୂତାଣୁ ଏପର୍ଯ୍ୟନ୍ତ ବରଫରେ ଜମା ହୋଇ ରହିଛି। ଜଳବାୟୁ ପରିବର୍ତ୍ତନ ହେତୁ ବରଫ ତରଳି ଯିବ ଏବଂ ଏହି ଭୂତାଣୁ ବିସ୍ତାର ଲାଭ କରିବ, ଯାହା ପରେ ଦୁନିଆର ଅବସ୍ଥା ଅନିୟନ୍ତ୍ରିତ ହୋଇଯିବ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୨ ମସିହାରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିବ। ଦୁନିଆରେ ଭୂକମ୍ପ ଏବଂ ସୁନାମୀ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଅନେକ ଏସୀୟ ଦେଶରେ ବିପଜ୍ଜନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ସୁନାମୀ ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇବେ। ଆସନ୍ତା ବର୍ଷରେ ବିଶ୍ୱରେ ଜଳ ସଙ୍କଟ ହେବାର ଆଶଙ୍କା ଅଛି।
ବୁଲଗେରିଆର ଏହି ଭବିଷ୍ୟବକ୍ତାଙ୍କ ଦାବି ଅନୁଯାୟୀ, ପଙ୍ଗପାଳ ଭାରତରେ ଫସଲ ଏବଂ କ୍ଷେତ ଉପରେ ଆକ୍ରମଣ କରିବେ। ଏନେଇ ଦେଶରେ ଅନାହାର ଦେଖାଦେବ। ଏହା ସହିତ, ଏଲିୟନମାନେ ଓମୁଆମୁଆ ନାମକ ଏକ ଉଲ୍କାପିଣ୍ଡ ପୃଥିବୀକୁ ପଠାଇବେ।
ସତ ହୋଇଥିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ:
ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ କହିଛନ୍ତି ଯେ ୫୦୭୯ ମସିହାରେ ବିଶ୍ୱ ଧ୍ୱଂସ ହୋଇଯିବ। ସୋଭିଏତ୍ ସଂଘର ବିଚ୍ଛିନ୍ନ, ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ୯/1୧୧ ଆକ୍ରମଣ, ୨୦୦୪ରେ ସୁନାମୀ, ଆଫ୍ରିକୀ-ଆମେରିକୀୟ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ହେବା, ବ୍ରିଟେନର ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସହିତ ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ। ଏସବୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640607102.jpg)