ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ଅନ୍ତଃ ରାଷ୍ଟ୍ରୀୟ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ କଟକ ଶତାବ୍ଦୀ ଭବନରେ ହିନ୍ଦୁ ହୁଙ୍କାର ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପାଞ୍ଚଟି ଆକ୍ସନ ପ୍ଲାନ ବିଷୟରେ ଆଲୋଚନା କରିଥିଲେ ।
Also Read
ଆଗାମୀ ଦିନରେ ବିଶ୍ୱ ହିନ୍ଦୁ ପରିଷଦର ୫ଟି ଆକ୍ସନ ପ୍ଲାନ ରହିଛି । ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର । କୌଣସି ଗରିବ ହିନ୍ଦୁ ଯେମିତି ଭୋକରେ ନ ରୁହନ୍ତି, ସେଥିପାଇଁ ମାଗଣାରେ ଏକ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।
ଆଗରୁ ୨୫ ଲକ୍ଷ ପରିବାରକୁ ମାଗଣାରେ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଶ୍ୱ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ । ଏହା ସହିତ ରୋଜଗାର ଯୋଗାଇ ଦେବା ପାଇଁ ହିନ୍ଦୁ ସ୍ୱରୋଜଗାର ଯୋଜନା କରାଯାଉଛି । ଏଦିଗରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାମ କରୁଥିବା ପ୍ରବୀଣ ତୋଗାଡ଼ିଆ ସୂଚନା ଦେଇଛନ୍ତି । ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା କରିବାକୁ ସେ ଦାବି କରିଛନ୍ତି । ତା’ସହିତ ରାଜ୍ୟରେ ଗୋହତ୍ୟା ଓ ଧର୍ମାନ୍ତରୀକରଣ ଆଇନକୁ କଡ଼ାକଡ଼ି କରିବାକୁ କହିଛନ୍ତି ତୋଗାଡ଼ିଆ । କଟକ ଶତାବ୍ଦୀ ଭବନରେ ହୋଇଥିବା ହିନ୍ଦୁ ହୁଙ୍କାର ସମାବେଶରେ ଯୋଗ ଦେବାକୁ ଆସିଥିଲେ ପ୍ରବୀଣ । ...