Advertisment

ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ

ଅଦ୍ୟତନ ହୋଇଛି
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

Pradhan Mantri Awas Yojana

Advertisment

ଭୁବନେଶ୍ୱର: ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି। ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ।

Advertisment

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ। ବ୍ଲକ ଚେୟାରମ୍ୟାନଙ୍କ ପ୍ରକୋଷ୍ଠ ଆଗରେ ଭଙ୍ଗାରୁଜା, ହଲ୍ଲାପଟା କରିବାର ଦୃଶ୍ୟ ଏବେ ଭାଇରାଲ ବି ହୋଇଛି।

Advertisment

ପ୍ରଥମେ ବିଜେପି ପକ୍ଷରୁ ହିତାଧିକାରୀଙ୍କୁ ଧରି ଏକ ପ୍ରତିବାଦ ରାଲି କରାଯାଇଥିଲା, ତା ପରେ ବ୍ଲକ ଅଫିସ୍ ଆଗରେ ଧାରଣା ଦିଆଯାଇଥିଲା। ତିହିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଅରୁଣ ବାରିକ ନାମକ ଜଣେ ହିତାଧିକାରୀଙ୍କ ଅଭିଯୋଗ ଭଙ୍ଗାଦଦରା ଘରେ ଜୀବନ ବିତାଉଥିଲେ ବି ତାଙ୍କ ନାଁ ତାଲିକାକୁ ଚଢ଼ିଥିଲା ହେଲେ ପରେ କଟିଯାଇଛି।

କିଛି ବି ବୁଝାଇବା ଦରକାର ନାହିଁ। ଖାଲି ଚିତ୍ର ହିଁ ବଖାଣି ଦେଉଛି ବାଟବଣା ଆବାସ ଯୋଜନାର ଅସଲ ଗୁମରକୁ। ଏକବିଂଶ ଶତାବ୍ଦୀରେ ପୁଣି ମଣିଷକୁ ଏମିତି ପଶୁଙ୍କ ମେଳରେ ଜୀବନ ବିତାଇବାକୁ ପଡୁଛି ଦେଖି ଅବିଶ୍ୱାସ ଲାଗୁଛି। ଆଉ ସରକାରୀ ଯୋଜନାକୁ ନେଇ ସରକାରଙ୍କ ଛାତିଫୁଲା ତଥ୍ୟକୁ ଯେମିତି ଖତେଇ ହେଉଛି। ଯେଉଁଠି ମଣିଷ, ସେଇଠି ବନ୍ଧା ହୋଇଛି ଛେଳି ଓ ଗୋରୁ। ଆଉ ପୁଣି ସେଇଠି ରୋଷେଇ ବାସ, ଖିଆ ପିଆ ପୁଣି ଶୁଆବସା ବି ହେଉଛି। ଆହୁରି ବଡ଼ ବିଡ଼ମ୍ବନା, ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖିୁଥିବା ବେଣୁଧରଙ୍କ ମେଧାବୀ ଝିଅ ରଶ୍ମୀରେଖାଙ୍କ ପାଇଁ । ଅମ୍ଫାନ ବାତ୍ୟାରେ ପୈତୃକ ଘର ମାଟିରେ ମିଶିଯିବା ପରେ ଶୋଚନୀୟ ଅବସ୍ଥା ଏବେ ହୋଇଛି। ବେଣୁଧରଙ୍କ ପରିବାରର ସରକାରୀ ଘରଟିଏ ପାଇଁ କେତେ କାହାକୁ ନେହୁରା ହେଲେଣି, କେହି ଶୁଣିଲେନି। ଆଉ ବେଣୁଧରଙ୍କ ଦୁର୍ଦ୍ଦଶା କଥା ଶୁଣି ନୀଳଗିରି ଉପଜିଲ୍ଲାପାଳ କହୁଛନ୍ତି ତଦନ୍ତ କରି ତୁରନ୍ତ ଘର ଦେବେ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ବି କେମିତି ହୀନସ୍ତା ହିତାଧିକାରୀ ତା ଚିତ୍ର ବି ସାମ୍ନାକୁ ଆସିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ପଞ୍ଚରା ପଞ୍ଚାୟତର ପିଏମଏଓ୍ୱାଇ ହିତାଧିକାରୀ ସୁରେନ୍ଦ୍ର ପାନଙ୍କ ଘର ଦେଖିଲେ ଆପଣ ବି ତାଜୁବ ହୋଇଯିବେ। ହେଲେ ଏଠି ବି ଘରେ ଗୋରୁ ବନ୍ଧା ହୋଇଛନ୍ତି। କେମିତି ବନ୍ଧା ହେବେନି ଯେ, ୨୦୧୬ ମସିହାରୁ କାର୍ଯ୍ୟାଦେଶ ପାଇବା ଦିନଠୁ, ପୂର୍ବତନ ସରପଞ୍ଚଙ୍କ ପରାମର୍ଶକ୍ରମେ ଠିକାଦାର କିସ୍ତି ପରେ କିସ୍ତି ଟଙ୍କା ନେଇ ଚାଲିଲେ, ହେଲେ ସମ୍ପୂର୍ଣ୍ଣ ଘର ତିଆରି କଲେନି। ର ଠ କାମ କରି ଠିକାଦାର ଛୁ ମାରିଲେ। ସବୁଠି କାମ ଏତେ ନିମ୍ନମାନର ଯେ, ହାତ ମାରିଦେଲେ ବାଲି ଝରୁଛି। କେତେବେଳେ କାନ୍ଥରୁ ଇଟା ବି ଖସିପଡିବ ତାହର କୌଣସି ଗ୍ୟାରେଣ୍ଟି ନାହିଁ। ଠକ ଠିକାଦାରଙ୍କ ସମ୍ପର୍କରେ ଅଭିଯୋଗ ଶୁଣି ପିଡିଡିଆରଡିଏ କହୁଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। ତେବେ ଦେଖିବାକୁ ବାକଇ ରହିଲା କାର୍ଯ୍ୟାନୁଷ୍ଠାନ କେବେ ହେଉଛି?

Odisha Scam Pradhan Mantri Awas Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ