Advertisment

ଓଡ଼ିଶାରେ କମିବ ଗରିବୀ ! ଆରମ୍ଭ ହେଲା ସର୍ଭେ...

ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।

ଅଦ୍ୟତନ ହୋଇଛି
Poverty Survey In Odisha

Poverty Survey In Odisha

Advertisment

ଓଡ଼ିଶାରେ କମିବ ଗରିବୀ ! ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଯୋଜନା ଓ ସଂଯୋଜନା ବିଭାଗର ଏଜେନ୍ସି ମାନବ ବିକାଶ ନିରୀକ୍ଷଣ ସଂସ୍ଥା ଏହି ସର୍ଭେ ଆରମ୍ଭ କରିଛି। ପ୍ରତି ପଞ୍ଚାୟତରେ ଏହି ସଂସ୍ଥା ଅନୁଧ୍ୟାନ କରିବ। 

Advertisment

ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ। ପରେ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସସସ୍ତ ୬ ହଜାର ୭୯୪ ପଞ୍ଚାୟତରେ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ। ଲୋକଙ୍କ ମତକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହେବ। 

ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ ? ଗରିବ କଲ୍ୟାଣ ଯୋଜନା ଗରିବଙ୍କ କେତେ ହିତରେ ଲାଗୁଛି, ତାହା ଲୋକଙ୍କ ଠାରୁ ବୁଝିବା ସହ ଏସବୁକୁ ପରଖାଯିବ। ସେପଟେ ବିରୋଧି ଏହାକୁ ର୍ନିବାଚନ ପୂର୍ବରୁ ସରକାରୀ ପ୍ରହେଳିକା କହି କଡ଼ା ସମାଲୋଚନା କରିଛନ୍ତି। ୨୨ ବର୍ଷ ଧରି ସରକାର କ’ଣ କରୁଥିଲେ ବୋଲି ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି। 

Advertisment
Poverty Poverty In Odisha Poverty Survey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ