Advertisment

ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?

ଅଦ୍ୟତନ ହୋଇଛି
Postmaster

Postmaster

Advertisment

ଚାକିରି ସରକାରୀ...କାମ ଲୋକଙ୍କୁ ସେବା ଯୋଗାଇବା । ହେଲେ ସରକାରୀ ବାବୁ ଜଣକ କାମ କମ୍‌, ଲୋକଙ୍କ ଉପରେ ବେଶୀ ବିରକ୍ତ ହେଉଛନ୍ତି । ଏକଥା ଆମେ ନୁହେଁ ବରଂ ପୋଷ୍ଟ ଅଫିସ୍‌କୁ ଆସୁଥିବା ଲୋକ ହିଁ କହିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

Advertisment

ପୋଷ୍ଟ ଅଫିସ ଉପରେ ନିର୍ଭର କରନ୍ତି ଦଶପଲ୍ଲା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହଜାର ହଜାର ଲୋକ । ଯୋଗାଯୋଗ ପାଇଁ ସରକାରଙ୍କର ଏହା ଏକ ବଡ଼ ମାଧ୍ୟମ । ହେଲେ ଅଫିସ୍ ଭିତରେ ଚାଲିଛି ପୋଷ୍ଟମାଷ୍ଟରଙ୍କ ମନମାନି । ଗ୍ରାହକଙ୍କୁ ଦୁର୍ବ୍ୟବହାର କରିବା ସହ କାମ ନକରିବାକୁ ଖୁଲମ୍ ଖୁଲା ଦେଉଛନ୍ତି ଧମକ। ଆମେ ମଧ୍ୟ ଖବର ପାଇ ଅଫିସ ଭିତରେ ପହଞ୍ଚିଲା ପରେ ଲୋକଙ୍କ ସହ ଯୁକ୍ତିତର୍କ କରୁଥିବାର ଭିଡିଓ କ୍ୟାମେରାରେ କଏଦ କରୁଥିବା ବେଳେ ବାବୁ କହିଲେ କଣ କରିବା କଥା କର...ମୋର କିଛି ଫରକ ପଡିବନି ।

ଖାଲି ଏତିକି ନୁହେଁ ବରଂ ବହୁବାର ପୋଷ୍ଟମାଷ୍ଟର ଲୋକଙ୍କୁ ବ୍ୟବହାର ଖରାପ କରୁଥିବା ସହିତ ସଠିକ୍‌ ଭାବରେ କାମ କରୁନାହାନ୍ତି । ବରଂ ୫ ମିନିଟ୍‌ର କାମକୁ ଘଣ୍ଟା ଘଣ୍ଟା ଧରି କରୁଛନ୍ତି । ଆଉ ପଚାରିଲା ବେଳକୁ ଲୋକଙ୍କୁ ସରକାରୀ ତୋଡ ଦେଖାଉଛନ୍ତି ବାବୁ । ତେବେ ପୂରା ଘଟଣାର ଖବର ପାଇବା ପରେ ପୋଷ୍ଟମାଷ୍ଟରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ ସେ କହୁଛନ୍ତି ମୁଁ କାହାକୁ ଖରାପ ବ୍ୟବହାର କରିନି । ମୋ ପାଖରେ ପାସୱାର୍ଡ ନଥିବାରୁ କାମ ହୋଇପାରୁନି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାକଘରେ ଶହଶହ ଲୋକ ନିର୍ଭର କରନ୍ତି । ହେଲେ ଏଇ ଡାକଘରର ପୋଷ୍ଟମାଷ୍ଟର ଯେମିତି ବ୍ୟବହାର କରୁଛନ୍ତି ତାହାକୁ ନେଇ ସବୁଠି ଚର୍ଚ୍ଚା ।

Advertisment

Postmaster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ