Advertisment

ପୋଷ୍ଟ ଅଫିସ୍‌ର ସ୍ୱତନ୍ତ୍ର ଯୋଜନା ! ଯେଉଁଠି ଟଙ୍କା ରଖିଲେ ହୋଇଯାଏ ଡବଲ୍

ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।

ଅଦ୍ୟତନ ହୋଇଛି
Post Office Kisan Vikas Patra

Post Office Kisan Vikas Patra

Advertisment

ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ପୋଷ୍ଟ ଅଫିସରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି । ପୋଷ୍ଟ ଅଫିସରେ ରହିଛି ଏମିତି ଏକ ସ୍କିମ୍, ଯାହା ଦେଇଥାଏ ଭଲ ରିଟର୍ଣ୍ଣ। ଆଉ ଏଥିରେ ଟଙ୍କା ଜମା କଲେ ମାତ୍ର କେଇ ବର୍ଷ ଭିତରେ ଆପଣଙ୍କ ଟଙ୍କା ହୋଇଥାଏ ଦୁଇଗୁଣ।  

Advertisment

ପୋଷ୍ଟ ଅଫିସର କିଷାନ ବିକାଶ ପତ୍ର ବିଷୟରେ ଅଳ୍ପ ବହୁତେ ସମସ୍ତେ ଜାଣିଥିବେ । ଭାରତ ସରକାରଙ୍କ ଓ୍ୱାନ ଟାଇମ୍ ସ୍କିମ୍ ହେଉଛି କିଷାନ ବିକାଶ ଯୋଜନା । ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇଗୁଣା ହୋଇଯାଇଥାଏ । ଦେଶର ସବୁ ଡାକଘରେ କିଷାନ ବିକାଶ ପତ୍ର ଉପଲବ୍ଧ ହେଉଥିବା ବେଳେ ଯାହାର ମେଚ୍ୟୁରିଟି ପିରିୟଡ ରହିଛି୧୨୪ ମାସ ବା ୧୦ ବର୍ଷ ୪ ମାସ । ଏବେ ଏଥିରେ ନ୍ୟୁନତମ ନିବେଶ ପରିମାଣ ୧୦୦୦ ଟଙ୍କା ରହିଛି ଓ ଅଧିକତମ ନିବେଶର କୌଣସି ଲିମିଟ ନାହିଁ ।

ବିଶେଷ କରି କୃଷକଙ୍କ ପାଇଁ ଏହି ଯୋଜନାଟି ପ୍ରଥମେ ହୋଇଥିବାରୁ ଏହାର ନାମ ରହିଥିଲା କିଷାନ ବିକାଶ ପତ୍ର। ହେଲେ ପରବର୍ତ୍ତୀ ସମୟରେ ଦେଶର ଯେ କୌଣସି ବ୍ୟକ୍ତି କିଷାନ ବିକାଶ ପତ୍ରରେ ନିବେଶ କରି ଏହାର ଲାଭ ଉଠାଇବାକୁ ସକ୍ଷମ ହୋଇ ପାରୁଛନ୍ତି। ଲମ୍ୱା ଅବଧି ପାଇଁ ନିଜର କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ ଭାବେ ଜମା କରିବା ପାଇଁ କିଷାନ ବିକାଶ ପତ୍ର ହେଉଛି ସର୍ବୋତ୍ତମ ଯୋଜନା ।

Advertisment

କିଷାନ ବିକାଶ ପତ୍ର ଏମିତି ଏକ ଯୋଜନା, ଯେଉଁଥିରେ ପ୍ରଥମ ତିନିମାସ ପାଇଁ ସୁଧ ୬.୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏଠାରେ ଆପଣଙ୍କ ନିବେଶ ମାତ୍ର ୧୨୪ ମାସରେ ଡବଲ ହୋଇ ଯାଇଥାଏ । ଯଦି ଆପଣ ଏକା ଥରକେ ୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ନିର୍ଦ୍ଦାରିତ ସମୟ ପୂରା ହେଲା ପରେ ଆପଣ ୧୦ ଲକ୍ଷ ଟଙ୍କା ପାଇ ପାରିବେ। ତେବେ ଯୋଜନାରେ ୧୦୦୦ ହଜାର ଟଙ୍କାର ମିନିମନ୍ ଇନ୍‌ଭେଷ୍ଟମେଣ୍ଟ ହୋଇ ପାରିବ। ଏହା ପରେ ଜମାରାଶି ମୁତାବକ ଆପଣଙ୍କୁ ଯଥାକ୍ରମେ ୧୦୦୦, ୨୦୦୦ ଓ ୫୦୦୦ ଏଭଳି ସର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ। ଯେଉଁଥିରେ ଆପଣଙ୍କ ଜମାରାଶି ସମ୍ପର୍କରେ ଉଲ୍ଲେଖ ରହିବା ସହ ସରକାରଙ୍କ ପକ୍ଷରୁ ଗ୍ୟାରେଣ୍ଟିର ସୁବିଧା ରହିଛି।

କିଷାନ ବିକାଶ ପତ୍ରକୁ ଜଣେ ବ୍ୟକ୍ତି କିମ୍ୱା ୩ ଜଣ ବ୍ୟକ୍ତି ମିଶି ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ କିଣି ପାରିବେ । ଏହା ବ୍ୟତୀତ ନାବାଳକ ଏବଂ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ତାଙ୍କ ଅଭିଭାବକ ଏହାକୁ କିଣି ପାରିବେ । ପୋଷ୍ଟ ଅଫିସ୍‌ର ଏହି ସ୍କିମ୍ ଆପଣଙ୍କ ଟଙ୍କାକୁ ଅତି ଶୀଘ୍ର ଦୁଇ ଗୁଣ କରି ହେଉଛି । ଯେଉଁଠି ଟଙ୍କା ସୁରକ୍ଷିତ ରହିବା ସହ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳି ପାରିବ ।

Advertisment

ଟଙ୍କା ଉପରେ ଏବେ ସମସ୍ତଙ୍କ ଆଖି । ସବୁବେଳେ ଟଙ୍କା ଉପରେ ରହୁଛି ଲୁଟେରାଙ୍କ ନଜର। ଅନଲାଇନ ହେଉ କି, ଅଫଲାଇନ, ଟଙ୍କାକୁ ନେଇ ସବୁଠି ସବୁବେଳେ ରହିଛି ରିସ୍କ । ଏହି ଟେନସନରୁ ମୁକ୍ତି ପାଇବାକୁ ଚାହୁଁଥିଲେ କିଷାନ ବିକାଶ ପତ୍ରରେ ଟଙ୍କା ନିବେଶ କରି ଖୁସିରେ ରୁହନ୍ତୁ । ଆଉ ନିଜର କଷ୍ଟଅର୍ଜିତ ଟଙ୍କାକୁ ଜମା କରି ହୁଅନ୍ତୁ ଟେନସନ ଫ୍ରି । କିଷାନ ବିକାଶ ପତ୍ରରେ ଟଙ୍କା ରହିଲେ ସୁରକ୍ଷିତ ରହିବା ସହ ମିଳିଥାଏ ଭଲ ରିଟର୍ଣ୍ଣ । ଏଥି ପାଇଁ ଆଉ ଡେରି ନ କରି ଘର ପାଖରେ ଥିବା ପୋଷ୍ଟ ଅଫିସ ସହ ଯୋଗାଯୋଗ କରି ଯୋଜନାର ଭରପୂର ଫାଇଦା ଉଠାନ୍ତୁ ।

Post Office Schemes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ