Advertisment

ପ୍ରଥମେ କାଳୀ ଆଉ ଏବେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌ !

ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍‌...

ଅଦ୍ୟତନ ହୋଇଛି
Post Kaali poster controversial, Leena Manimekalai shares another pic of Lord Shiva-Parvati smoking

Post Kaali poster controversial, Leena Manimekalai shares another pic of Lord Shiva-Parvati smoking

Advertisment

ଡକ୍ୟୁମେଣ୍ଟାରୀ 'କାଳୀ'ର ପୋଷ୍ଟର୍‌କୁ ନେଇ ବିବାଦ ନଥମୁଣୁ ପୁଣି ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଯାହା ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଛି । ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ ଲୀନା ମଣିମେକଲାଇ ନିଜ ସୋସିଆଲ୍‌ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶିବ-ପାର୍ବତୀଙ୍କୁ ସିଗାରେଟ୍‌ ପିଉଥିବା ଦେଖିବାକୁ ମିଳିଛି ।

Advertisment

ଲୀନା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି । ଫଟୋଟିକୁ ଶେୟାର କରିବା ସହ ସେ ଲେଖିଛନ୍ତି ଯେ, ‘ ଆଉ କେଉଁଠି’("Elsewhere….")। ତେବେ ତାଙ୍କର ଏହି ଟ୍ୱିଟ୍‌କୁ ସୋସିଆଲ୍‌ ମିଡିଆର ଅନେକ ୟୁଜର୍ସ ବିରୋଧ କରିଛନ୍ତି ।

Advertisment

ନିକଟରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇଙ୍କ ଏକ ଡକ୍ୟୁମେଣ୍ଟାରୀ 'କାଳୀ'ର ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା। ଏହି ପୋଷ୍ଟର୍‌ ଦେଖି ହିନ୍ଦୁ ଧର୍ମ ସହ ଜଡିତ ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହେବାରୁ ଏନେଇ ସୋସିଆଲ୍‌ ମିଡିଆରେ ବିବାଦ ଉପୁଜିଥିଲା । ଏହି ପୋଷ୍ଟର୍‌ରେ ମା’ କାଳୀ ସିଗାରେଟ୍‌ ଟାଣୁଥିବା ଦେଖାଯିବା ସହିତ ମା’ଙ୍କ ବେଶଭୁଷାରେ ଗୋଟିଏ ହାତରେ ତ୍ରୀଶୁଳ ଏବଂ ଆଉ ଗୋଟିଏ ହାତରେ LGBTQ ସମ୍ପ୍ରଦାୟର ପତାକା ଦେଖାଯାଉଛି। ଏହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ଏଥିରେ ମା’ କାଳୀଙ୍କୁ ଅପମାନିତ କରାଯାଇଛି ବୋଲି ୟୁଜର୍ସମାନେ ମତ ଦେଇଥିଲେ । ତେବେ ଦେବୀଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖାଇବା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଲୀନାଙ୍କୁ ବିରୋଧ କରୁଛନ୍ତି।

Smoking Kaali Poster Shiva-Parvati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ