Advertisment

କଟକରେ ଜାଇକା ଖାଲ: ଧସିଲା ମାଟି, ହଠାତ୍‌ ମଝି ରାସ୍ତାରେ ସୃଷ୍ଟି ହେଲା ୬ ଫୁଟର ଖାଲ

କଟକ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହେବାପରେ ହଠାତ୍‌ ରାସ୍ତାରେ ୬ ଫୁଟର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Portion of road caves in due to JICA construction work in Cuttack

Portion of road caves in due to JICA construction work in Cuttack

Advertisment

ପୁଣି କଟକରେ ଜାଇକା ଯନ୍ତ୍ରଣା। କଟକ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହେବାପରେ ହଠାତ୍‌ ରାସ୍ତାରେ ୬ ଫୁଟର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଥିଲା। 

Advertisment

ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହୋଇଯାଇଥିଲା। ଏହାପରେ ଏକ ବଡ଼ ଖାଲ ସୃଷ୍ଟି ହୋଇଥିଲା। ସୌଭାଗ୍ୟବଶତଃ, କାହାର କିଛି କ୍ଷତି ହୋଇନାହିଁ। ହେଲେ ଜାଇକାର ଏପରି ନିମ୍ନମାନର କାର୍ଯ୍ୟ ଉପରେ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଜାଇକା ପ୍ରୋଜେକ୍ଟ ଆରମ୍ଭ ପୂର୍ବରୁ ତଦାରଖ କରି କାମ ଆରମ୍ଭ ହେବା କଥା। ଯେତେବେଳେ ବି କାମ ଆରମ୍ଭ କଲା ସବୁ ଜାଗାରେ ଅଧିକାଂଶ ସମୟରେ ରାତିରେ କଂକ୍ରିଟ ଓ ଯୋଡେଇ କରାଗଲା। ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ଅସୁବିଧା ସୃଷ୍ଟି ହୋଇପାରେ। 

Advertisment

କଟକ ସହରରେ ଜାଇକାର ନିମ୍ନ ମାନର କାର୍ଯ୍ୟ ଯୋଗୁ ବିଭିନ୍ନ ଜାଗାରେ ଏପରି ଖାଲ ହେଉଥିବା ଅଭିଯୋଗ ହୋଇଛି। ଖବରପାଇ କଟକ ମେୟର ସୁବାସ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ।ତୁରନ୍ତ ଜାଇକା କର୍ତ୍ତୃପକ୍ଷଙ୍କୁ ଡକାଇ ଖାଲ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। 

JICA Cuttack JICA Construction JICA Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ