Advertisment

ପାନୀୟ ପ୍ରକଳ୍ପ ହୋଇଥିଲା, ଏବେ ଭୟଭୀତ ଲୋକ !

ଘର ଘରକୁ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ତିଆରି କଲା ପାଣି ଟାଙ୍କି । ହେଲେ ଏବେ ସେହି ପାଣି ଟାଙ୍କି ହିଁ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । ଯଦି କେତେବେଳେ ନଈ ବନ୍ଧ ଭାଙ୍ଗେ ତେବେ...

ଅଦ୍ୟତନ ହୋଇଛି
Poorly constructed intake well

Poorly constructed intake well

Advertisment

ଲୋକଙ୍କ ସୁବିଧା ଲାଗି ନଇ ବନ୍ଧରେ ତିଆରି କରାଯାଇଥିଲା ପାନୀୟଜଳ ପ୍ରକଳ୍ପ । ହେଲେ ସେହି ପ୍ରକଳ୍ପ ଏବେ ଲୋକଙ୍କ ଲାଗି ଆଣିଛି ବିପଦ । ମେଗା ପ୍ରକଳ୍ପ ତିଆରି ହୋଇଥିବା ସ୍ଥାନରେ ଠିକ୍‌ ଭାବରେ ପଥର ପ୍ୟାକିଂ କରାଯାଇନଥିବାରୁ ଏବେ ନଈରେ ବଢି ଆସିଲେ ବନ୍ଧ ଭାଙ୍ଗିବାର ଆଶଙ୍କା କରି ଭୟଭୀୟ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ ।

Advertisment

ଜଗତସିଂହପୁର ବାଲିକୁଦା ଓ ଏରସମା ବ୍ଲକ୍‌ର ଲୁଣାଅଂଚଳରେ ଥିବା ପଂଚାୟତବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୦୧୮ ମସିହାରେ ୧୩୨ କୋଟି ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ମେଗା ପାନୀୟଜଳ ପ୍ରୋଜେକ୍ଟ । ବାଲିକୁଦା ବ୍ଲକ୍‌ର ଆମ୍ବଶାଳଠାରେ ନିର୍ମାଣ ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ଏକ ଇନଟେକ୍ ୱେଲ୍ ଦେବୀଦୋଳ ନିକଟ ଦେବୀନଦୀ ବନ୍ଧ ପାର୍ଶ୍ୱରେ ନିର୍ମାଣ କରାଯାଇଛି । ତେବେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଏବଂ ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ୱେଲ ନିର୍ମାଣ ହୋଇଥିବା ସ୍ଥାନରେ ପୂର୍ବରୁ ବାରମ୍ବାର ଅତଡା ବି ଖସିଥିଲା ।

ନଈରୁ ଅତଡା ଖସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବା ପରେ ପ୍ରଶାସନ ପକ୍ଷରୁ ବନ୍ଧର ମରାମତି କରାଯାଇଥିଲା । ହେଲେ ଏଯାଏଁ ପଥର ପ୍ୟାକିଂ ହୋଇପାରିଲା ନାହିଁ । ତେଣୁ ଏବେ ନଈରେ ପାଣି ବଢି ଯଦି ଘାଇ ହୁଏ ତେବେ ୨୦ଟି ପଂଚାୟତର ଲୋକ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।ସେପଟେ ପୂରା ଘଟଣାରେ ଜଗତସିଂହପୁର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହୁଛନ୍ତି, ନଦୀବନ୍ଧ ଭାଙ୍ଗିବା ଭଳି ପରିସ୍ଥିତିରେ ନାହିଁ । ଏହି ପ୍ରକଳ୍ପ କାର୍ଯ୍ୟ ସମୟରେ ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା ଏବଂ ପରବର୍ତୀ ସମୟରେ ତାକୁ ମରାମତି କରାଯାଇଥିଲା । ନଈରେ ପାଣି ଆସିଲେ କୌଣସି ବିପଦ ନଥିବା କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ