Advertisment

କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...

୨୪ ବର୍ଷ ଶାସନ ପରେ ବି କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ପିଡିଏସ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଭଳି ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲାଞ୍ଚ କହି ବର୍ଷିଲେ ବିରୋଧୀ...

undefined

free scheme

Advertisment

ନିର୍ବାଚନ ପୂର୍ବରୁ ବିଜେଡିର 'ମାଗଣା' ଯୋଜନା ବର୍ଷା । ଭୋଟ୍ ହାତେଇବାକୁ ବିଜେଡି ସରକାରର ଫ୍ରି ସ୍କିମ୍ ଜାଲ। ୪ ଦିନରେ ୫-୫ଟି ମାଗଣା ଯୋଜନା ଘୋଷଣା। ଗତ ଶନିବାର ସବୁ ଭତ୍ତା ୫୦୦ ଟଙ୍କା ବୃଦ୍ଧି। ରବିବାର କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌ । ସୋମବାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ହଜାରେ ଟଙ୍କାର ସହାୟତା ଓ ମାଗଣାରେ ୨ଟି ଲେଖାଏଁ ଝୋଟ ବ୍ୟାଗ୍। ବେକାର ଯୁବକଯୁବତୀମାନଙ୍କୁ ସ୍ବୟଂ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ଋଣ। ଆଉ ଆଜି ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ' ଶିକ୍ଷାବୃତ୍ତିରେ ବର୍ଷକୁ ୯ରୁ ୧୦ ହଜାର ଟଙ୍କାର ଯାଏଁ ସହାୟତା ଘୋଷଣା। ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ। ଯାହାଦ୍ବାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ୍ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ । 

Advertisment

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଘୋଷଣା କରିବା ପାଇଁ କସରତ ଚଳାଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ପିଡିଏସ୍ ହିତାଧିକାରୀଙ୍କୁ ହଜାର ଟଙ୍କା ଦେବା,ଭୋଟରଙ୍କୁ ସିଧାସଳଖ ଲାଞ୍ଚ। ଏହାସହ ଯୁବକ ଯୁବତୀଙ୍କୁ ବିନା ସୁଧରେ ଲୋନ୍ ପାଇଁ ଘୋଷଣା ହୋଇଥିବା ସ୍ୱୟଂ ଯୋଜନା କେନ୍ଦ୍ର ସରକାରଙ୍କର। କଂଗ୍ରେସ ମଧ୍ୟ ଏହାକୁ ରାଜ୍ୟ ସରକାରଙ୍କ ନିର୍ବାଚନୀ ଜୁମଲା ବୋଲି କହିଛି। ଯାହାର ଜବାବ ରଖିଛି ବିଜେଡି।

 ପ୍ରଶ୍ନ ଉଠୁଛି ୨୪ ବର୍ଷ ଲମ୍ବା ଶାସନ ପରେ ବି ବିଜେଡିକୁ କାହିଁକି ଆବଶ୍ୟକ ପଡୁଛି ଫ୍ରି ସ୍କିମ୍ ? ବିକାଶ ଆଉ ରୂପାନ୍ତୀକରଣର କଥା କହୁଥିବା ବିଜେଡି ସରକାର କାହିଁକି ଭୋଟରଙ୍କୁ ଦେଉଛି ନିର୍ବାଚନୀ ଥୋପ ? ଗ୍ରାଉଣ୍ଡରେ ସରକାରଙ୍କ ବିରୋଧରେ ରହିଥିବା ଜନ ଅସନ୍ତୋଷକୁ କାଉଣ୍ଟର କରିବାକୁ ଏହି ମାଗଣା ସ୍କିମ ଷ୍ଟ୍ରାଟେଜି କି ? କାହିଁକି ନା ନିକଟରେ ଟାଇମ୍ସ ନାଓ ସର୍ଭେ ଅନୁସାରେ ଓଡିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନବୀନଙ୍କ ଲୋକପ୍ରିୟତା କମିଛି। ସର୍ଭେ ଏହା ବି କହୁଛି, ନବୀନଙ୍କ ଶାସନକୁ ନେଇ ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା ବେଳେ ୩୧ ପ୍ରତିଶତ ଆଂଶିକ ସନ୍ତୁଷ୍ଟ। ତାଛଡ଼ା ବିଭିନ୍ନ ଜାତୀୟ ସଂସ୍ଥାର ସର୍ଭେ ଆକଳନ କରୁଛି, ଆସନ୍ତା ନିର୍ବାଚନରେ ବିଜେଡି ଉପରେ ଭାରି ପଡିପାରେ ବିଜେପି।... ସବୁଠୁ ବଡ କଥା ହେଲା ଏସବୁ ମାଗଣା ଯୋଜନା ବାବଦକୁ ସରକାରୀ ତହବିଲରୁ କୋଟି କୋଟି ଖର୍ଚ୍ଚ କରିବେ ସରକାର। ଭତ୍ତା ବୃଦ୍ଧି ଯୋଗୁଁ ବାର୍ଷିକ ୩ ହଜାର ୬୮୩ କୋଟି, ପିଡିଏସ୍ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଏବଂ ମାଗଣା ବ୍ୟାଗ୍ ପାଇଁ ଖର୍ଚ୍ଚ କରିବେ ୧୨୭୩ କୋଟି ଟଙ୍କା । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜ୍ୟ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏତେ ଟଙ୍କା ଏକାଥରେ ଖର୍ଚ୍ଚ କରିବା ଅପେକ୍ଷା ଦୀର୍ଘମିଆଦି ଭାବେ ଗରିବ କଲ୍ୟାଣରେ ଖର୍ଚ୍ଚ କଲେ ଭଲ ।

Advertisment

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଚାଷୀଙ୍କ ପାଇଁ କାଳିଆ, ମହିଳାଙ୍କ ପାଇଁ ପିଠା, ପରି ଅନେକ ମାଗଣା ସ୍କିମ୍ ଘୋଷଣା କରିଥିଲେ ନବୀନ ସରକାର। ଯଦିଓ ୨୦୧୯ରେ ବିଜେଡି କ୍ଷମତା ବଜାୟ ରଖିଥିଲା, ତଥାପି ୨୦୧୪ ତୁଳନାରେ ଦଳର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା କମିଥିଲା। ଦେଖିବାର କଥା ୨୪ରେ ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି।

କପିଳେନ୍ଦ୍ର ପ୍ରଧାନ, ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି 

BJD BJD Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ