Advertisment

ଏପଟେ କରୁଛନ୍ତି ଡ୍ୟୁଟି, ସେପଟେ ପଢଉଛନ୍ତି ଗରିବ ପିଲାକୁ ପାଠ

ଦେଖିବାକୁ ମିଳିଛି ଜଣେ ଟ୍ରାଫିକ୍ ପୋଲିସ ମହାନତା। ସେ ଏକାସାଙ୍ଗରେ କରୁଛନ୍ତି ନିଜର କର୍ତ୍ତବ୍ୟ ଆଉ ଜଣେ ଗରିବ ପିଲାକୁ ଦେଉଛନ୍ତି ଶିକ୍ଷା। ଏହି ପୋଷ୍ଟ୍‌କୁ କୋଲକାତା ପୋଲିସ୍‌ ଫେସ୍‌ବୁକରେ ଶେୟାର କରିଛି।

ଅଦ୍ୟତନ ହୋଇଛି
Policeman teaches 8 year old boy while managing traffic

Policeman teaches 8 year old boy while managing traffic

Advertisment

ଅନ୍‌ଲାଇନରେ ଏମିତି ଅନେକ କିଛି ଶେୟାର ହୋଇଥାଏ ଯାହା ତୁରନ୍ତ ଲୋକଙ୍କ ହୃଦୟ ଜିତିଥଏ। ବର୍ତ୍ତମାନ ଜଣେ ଟ୍ରାଫିକ୍ ପୋଲିସଙ୍କ ଏମିତି ଏକ ମହାନତା ଦେଖିବାକୁ ମିଳିଛି। ସେ ଜଣେ ୮ ବର୍ଷର ଗରିବ ପିଲାକୁ ଶିକ୍ଷା ଦେଉଥିବା ଦେଖାଯାଉଛି। ଏହି ପୋଷ୍ଟକୁ କୋଲକାତା ପୋଲିସ ଫେସ୍‌ବୁକରେ ଶେୟାର କରିଛି।

Advertisment

ବିଭାଗ ଲେଖିଛି, “ଶିକ୍ଷକ ସିପାହୀ। ଯେତେବେଳେ ସେ ବାଲିଗଞ୍ଜ ଆଇଟିଆଇ ନିକଟରେ ଡ୍ୟୁଟିରେ ଥିଲେ, ଦକ୍ଷିଣ ପୂର୍ବ ଟ୍ରାଫିକ ଗାର୍ଡର ସାର୍ଜେଟ୍ ପ୍ରକାଶ ଘୋଷ ପ୍ରାୟତଃ ବାଳକକୁ ରାସ୍ତାରେ ତାଙ୍କ ଖେଳୁଥିବାର ଦେଖୁଥିଲେ, ଯାହାର ବୟସ ପାଖାପାଖି ୮ ହେବ। ଏହି ପିଲାଟିର ମା’ ରାସ୍ତା କଡ଼ରେ ଏକ ଖାଇବା ଦୋକାନରେ କାମ କରୁଥିଲେ। ପୁଅର ଉନ୍ନତ ଜୀବନ ଆଶା କରି ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ବହୁତ ପରିଶ୍ରମ ମଧ୍ୟ କରୁଥିଲେ।”

ଆହୁରି ମଧ୍ୟ ଲେଖା ଅଛି ଯେ “ଭୂମିହୀନ ମା ଏବଂ ପୁଅ ରାସ୍ତା କଡ଼ରେ ରୁହନ୍ତି, କିନ୍ତୁ ସେଆଶା କରନ୍ତି ଯେ ଦାରିଦ୍ର୍ୟର ବନ୍ଧନରୁ ମୁକ୍ତି ପାଇ ତାଙ୍କ ପୁଅ ଜଗତରେ ତାଙ୍କ ନାଁ ରଖିବ। କିନ୍ତୁ ତାଙ୍କ ପୁଅ କ୍ଲାସ୍ ୩ରେ ପଢୁଥିବା ବେଳେ ଅଧ୍ୟୟନ ପ୍ରତି ତା’ର ଆଗ୍ରହ କମ ରହୁଥିଲା। ଏହା ତାଙ୍କର ସବୁଠାରୁ ବଡ ଚିନ୍ତା ଥିଲା। ସମୟ ସହିତ ସର୍ଜେଣ୍ଟ ଘୋଷଙ୍କୁ ଜାଣି ସେ ତାଙ୍କର ଚିନ୍ତାଧାରାକୁ ତାଙ୍କ ନିକଟରେ ପ୍ରକାଶ କଲେ।”

Advertisment

ଏଥିରେ ଆହୁରି କୁହାଯାଇଛି ଯେ “ତାଙ୍କ କାହାଣୀ ଶୁଣିବା ପରେ ସେ ଯେକୌଣସି ଉପାୟରେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଥିଲେ। କିନ୍ତୁ ସେ ମଧ୍ୟ ସେହି ସାହାଯ୍ୟର ପରିମାଣ ଅନୁମାନ କରି ନଥିଲେ। ଯେଉଁ ଦିନ ତାଙ୍କୁ ସେହି ସ୍ଥାନରେ ଡ୍ୟୁଟି ଦିଆଯାଏ ସେହିଦିନ ସେ ମଧ୍ୟ ପିଲାଟିକୁ ପଢାନ୍ତି। ଏହି ସମୟରେ ସେ ଟ୍ରାଫିକ୍ ଉପରେ ନଜର ରଖନ୍ତି ଓ ତାଙ୍କୁ ପଢାନ୍ତି। ଖାଲି ଏମିତି ନୁହେଁ ସିଫ୍ଟ ପରେ ମଧ୍ୟ କିଛି ସମୟ ଦେ ତାଙ୍କୁ ପଢାନ୍ତି।”

“ସେ ପିଲାଟିର ହୋମୱାର୍କ ଠାରୁ ଆରମ୍ଭ କରି ବନାନ, ଉଚ୍ଚାରଣ, ଏପରିକି ହସ୍ତଲିଖନକୁ ସଂଶୋଧନ କରୁଥିଲେ। ସେ ଠିଆ ଠିଆ ତାଙ୍କୁ ପାଠ ପଢେଇବା ସହ ଆବଶ୍ୟକ ବେଳେ ଏକ ବାଡିର ସାହାଯ୍ୟ ନେଇ ତାଙ୍କୁ ପାଠ ଦେଖାନ୍ତି। ପିଲାଟି ଧୀରେ ଧୀରେ ଆଗୁକୁ ବଢିଲା। ଏହା ଦେଖି ତାଙ୍କ ମା ମଧ୍ୟ ଖୁସି ହୋଇଗଲେ।”

Advertisment

କିଛି ଘଣ୍ଟା ପୂର୍ବରୁ ଶେୟାର ହୋଇଥିବା ଏହି ପୋଷ୍ଟ ଉପରେ ୩୪ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ୪ ହଜାରରୁ ଅଧିକ କମେଣ୍ଟ ମିଳିଛି। ସେହିପରି ୪ ହଜାରରୁ ଅଧିକ ଲୋକ ଏହାକୁ ଶେୟାର ମଧ୍ୟ କରିଛନ୍ତି। ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ଆପଣଙ୍କୁ ନମସ୍କାର ସାର୍।”

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ