ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ ।

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୋଲିସ । ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ । ସବୁଠୁ ବଡ଼ କଥା ହେଉଛି ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ସଂପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।

ସଂପୃକ୍ତ ସାମ୍ବାଦିକ ଜଣେ ହୋମଗାର୍ଡଙ୍କୁ ମାରପିଟ୍ କରିଥିବାର ଅଭିଯୋଗ ଥିଲା । ଏଇ ଅଭିଯୋଗ ଅଧାରରେ ନୀଳଗିରି ପୋଲିସ୍ ତାଙ୍କୁ ଗିରଫ କରିଥିଲା । ହେଲେ ଆଜି ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯିବା ବେଳେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଚିକିତ୍ସା ବେଳେ ବେଡ଼ି ପଡ଼ିବା ଘଟଣାର ଅନୁଧ୍ୟାନ ଚାଲିଥିବା ନୀଳଗିରି ଏସଡିପିଓ କହିଛନ୍ତି ।