• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଆ ଷ୍ଟାରଙ୍କ ଘର କଳିରେ ଟୁଇଷ୍ଟ । ବାବୁସାନ ଓ ପ୍ରକୃତି କାହିଁକି ଚେନ୍ନାଇରୁ ଫେରୁନଥିବା ଚର୍ଚ୍ଚା ଭିତରେ ପ୍ରକୃତି ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସପରିବାର ସହ ନିଜ ବାସଭବନରେ ରହିଛନ୍ତି ପ୍ରକୃତି । ଯେଉଁଠିକୁ ଯାଇ ଆଜି ପ୍ରକୃତି ଓ ବାପା ମନ୍ମଥଙ୍କୁ ଘଣ୍ଟାଏ ପଚରାଉଚରା କରିଛି ପୋଲିସ । ତେବେ ବାବୁସାନ କେଉଁଠି ? ପୋଲିସର ନୋଟିସ୍ ସତ୍ତ୍ୱେ କାହିଁକି ଆସୁନାହାଁନ୍ତି ସେ ? ତାକୁ ନେଇ ନାନା ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଆସିଛି ବାବୁସାନଙ୍କ ଭିଡିଓ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିବାକୁ ମିଳିଛି । ଚେନ୍ନାଇରୁ ବାବୁସାନ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଚେନ୍ନାଇ ହୋଟେଲରୁ ଗାୟବ ହେବା ପରେ ଆସିଛି ବାବୁସାନଙ୍କ ପ୍ରଥମ ଭିଡିଓ । ତେବେ  ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ବାବୁସାନ୍‌ଙ୍କ ଫ୍ୟାନ୍ସଙ୍କ ମନରେ ।

ଆଜି ପ୍ରକୃତିଙ୍କୁ ଜେରା ସମୟରେ ବାପା ମନ୍ମଥ ମିଶ୍ର କହିଛନ୍ତି, ବାବୁସାନ ତାଙ୍କ ପରିବାରକୁ ଫେରିଆସନ୍ତୁ । ସେପଟେ କାହିଁକି ଚେନ୍ନାଇରେ ଫିଲ୍ମ ପ୍ରମୋସନରୁ ବାବୁସାନଙ୍କୁ ବଞ୍ଚିତ କରାଗଲା, ସେନେଇ ଦମନଟିମ୍‌ର ମନ୍ତବ୍ୟ ପରେ ବାବୁସାନଙ୍କ ଟିମ୍ କହିଛି, ଦମନ୍ ପ୍ରଯୋଜକ ଅପମାନ ସହ ମାନସିକସ୍ତରରେ ଆଘାତ ଦେଇଛନ୍ତି ।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବଡ଼ ବୟାନ୍ ଦେଇଛନ୍ତି । 'ବାବୁସାନ ଫେରିଆସନ୍ତୁ ତାଙ୍କ ପରିବାର ପାଖକୁ । ସୁଖର ସଂସାର କରନ୍ତୁ'। ମନ୍ମଥଙ୍କ ଏହି ବୟାନ ହୁଏତ ବାବୁସାନଙ୍କ ଫ୍ୟାନଙ୍କୁ ଓ ସମର୍ଥକଙ୍କୁ ଆଶ୍ୱସ୍ତ କରିଥିବ । ୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ସେଦିନ କେଉଁ ପରିସ୍ଥିତିରେ ରାସ୍ତା ଉପରେ ମୁହାଁମୁହିଁ ହେଲେ ବାବୁସାନ-ତୃପ୍ତି ଓ ପ୍ରକୃତି ? ପ୍ରକୃତିଙ୍କୁ କାହିଁକି ଆକ୍ରମଣ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ବାବୁସାନଙ୍କ ସହ ଥିବା ସଂପର୍କ କେତେ ନିବିଡ଼ ? ବାବୁସାନଙ୍କ ସହ ଲିଭ୍ ଇନ ରିଲେସନ୍ସିପ୍‌ରେ ରହୁଥିଲେ କି ପ୍ରକୃତି ? ବାବୁସାନଙ୍କୁ ପ୍ରକୃତି ବ୍ଲାକମେଲ୍ କରୁଥିଲେ କି ? ବାପା, ମାଙ୍କ ଉପସ୍ଥିତିରେ ଏଭଳି ଏକାଧିକ ସମ୍ଭାବ୍ୟ ପ୍ରଶ୍ନ ପଚାରି ଘଣ୍ଟାଏ କାଳ ତଥ୍ୟ ଆଦାୟ କରିଥିଲା ପୋଲିସ । ଏପରିକି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । 

 

ତେବେ ଏହାରି ଭିତରେ ଚର୍ଚ୍ଚାରେ ଅଛି ଦମନ୍ ଫିଲ୍ମ ଟିମ୍‌ର ବୟାନ୍ ମିଳିଥିଲା ।  ଦମନ୍ ଫିଲ୍ମ ପ୍ରଯୋଜକଙ୍କ କହିବା କଥା, ଗଣ୍ଡଗୋଳକୁ ନେଇ ପୁରା ଡିର୍ଷ୍ଟବ ଥିଲେ ବାବୁସାନ । ଦର୍ଶକଙ୍କୁ ଆଡ୍ରେସ କରିବା ଅବସ୍ଥାରେ ନଥିଲେ । ତାଙ୍କ ମାନସିକ ସ୍ଥିତିକୁ ଦେଖି ଷ୍ଟେଜକୁ ନଯିବାକୁ କହିଥିଲୁ । ଆଉ ଫିଲ୍ମ ପ୍ରମୋସନ ପରେ ହୋଟେଲ୍‌କୁ ଆସିଲାବେଳକୁ ବାବୁସାନ ରାତି ୧୦ଟା ୫୦ରେ ଚେକଆଉଟ୍ କରିଦେଇଥିଲେ ବୋଲି ପ୍ରଯୋଜକ ଦୀପେନ୍ଦ୍ର ସାମଲ କହିଛନ୍ତି ।   

ବାବୁସାନଙ୍କ ଟିମ୍‌ ଦମନ ସିନେମା ଟିମ୍‌ର ଏଭଳି ମନ୍ତବ୍ୟକୁ ସମୂର୍ଣ୍ଣ ଭୁଲ ବୋଲି କହିଛି । ଦମନ ମୁଭିର ପ୍ରମୋସନ ପାଇଁ ବାବୁସାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ହେଲେ ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ । ତାସହ ବ୍ୟକ୍ତିଗତ କଥାରେ ପଶିବାକୁ ଚେଷ୍ଟା କରିଥିଲେ । ଏମିତିକି ଦମନ ଫିଲ୍ମଠାରୁ ଦୂରେଇ ରହିବା ସହ ବାବୁସାନଙ୍କ ଅନୁପସ୍ଥିତିରେ ମୁଭି ରିଲିଜ୍ ପାଇଁ କୁହାଯାଇଛି । ଯାହା ବାବୁସାନ ଓ ଟିମକୁ ଅପମାନ ସହ ମାନସିକସ୍ତରରେ ଆଘାତ ପହଞ୍ଚାଇଛି ବୋଲି ବାବୁସାନଙ୍କ ଟିମ୍ କହିଛି ।  

ରିପୋର୍ଟର- ଗୌତମ ପଣ୍ଡା, ଚନ୍ଦନ ପାଇକରାୟ, ଆଲୋକ ମହାନ୍ତି