ରଣକ୍ଷେତ୍ର ପାଲଟିଲା ଥାନା ପରିସର: ୪ ଆହତ

ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି।

ପୋଲିସ-ଜନତା ମୁହାଁମୁହିଁ

News Summary

ପୋଲିସ-ଜନତା ମୁହାଁମୁହିଁ

୪ ଆହତ

କଟକ: ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି।

ସୂଚନା ଅନୁସାରେ, ବିଜେପି ପକ୍ଷରୁ ଧାରଣା ଚାଲିଥିବା ବେଳେ ଉତ୍ତେଜନା ବଢ଼ିଥିଲା। ପରେ ଥାନା ଗେଟରେ ତାଲା ପକାଇ ନାରାବାଜି ବେଳେ ଉତ୍ତେଜନା ବଢ଼ିଥିଲା। ଉତ୍ତେଜନାରୁ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଆଉ ଏହାପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ଏବଂ ଲୋକମାନେ ମଧ୍ୟ ଢେଲାମାଡ଼ କରିଥିଲେ। ପୋଲିସର ଲାଠି ଓ ଲୋକଙ୍କ ଢେଲାମାଡ଼ରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।