Police conducts strict vehicle checking and breathalyzer test in Bhubaneswar
ରାଜଧାନୀ ଭୁବନେଶ୍ୱରରେ ଏକାଧିକ ଲୁଟ୍ ଓ ଡକାୟତି ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ବିଳମ୍ବିତ ରାତିରେ ରାଜଧାନୀର ପ୍ରମୁଖ ରାସ୍ତାରେ ବ୍ଲକିଂ ଓ ଚେକିଙ୍ଗ କରିଛି ପୋଲିସ ।
ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି । ଗତକାଲି ରାତିରେ ରାଜଧାନୀର ଏକାଧିକ ଛକରେ ଏହି ଭଳି କଡ଼ାକଡ଼ି ଚେକିଂ କରାଯାଇଥିଲା ।
ସମସ୍ତ ଥାନା ଅଞ୍ଚଳରେ ଏହି ବ୍ଲକିଂ ଓ ଚେକିଂକୁ ଜୋରଦାର କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି କଟକ ରୋଡ଼ରେ ମଦ୍ୟପାନ ଜନିତ ଡ୍ରାଇଭ୍, ଗାଡ଼ି କାଗଜ ପତ୍ର ସହ ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701505946.jpg)