Advertisment

ଆବୁଧାବିର ସବୁଠୁ ବଡ଼ ହିନ୍ଦୁ ମନ୍ଦିର... ପ୍ରତିଟି କୋଣରେ ଭାରତୀୟ ସଭ୍ୟତା ଓ ଭାସ୍କର୍ଯ୍ୟର ଝଲକ

ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।

ଅଦ୍ୟତନ ହୋଇଛି
Abu Dhabi Hindu Temple Inauguration

Abudhabi Hindu Temple

Advertisment

ଉଦଘାଟନ ଅପେକ୍ଷାରେ ଆବୁଧାବିର ସୁବୁଠୁ ବଡ଼ ହିନ୍ଦୁ ମନ୍ଦିର। ଆସନ୍ତା ୧୪ ତାରିଖରେ ଉଦଘାଟନ ହେବ ‘ବେଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀ ନାରାୟଣ ସଂସ୍ଥା’-BAPS ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆବୁଧାବି ଗସ୍ତ କରି ଏହାର ଉଦଘାଟନ କରିବେ।

Advertisment

ଅଧିକ ପଢ଼ନ୍ତୁ: ଜର୍ମାନ କଣ୍ଠଶିଳ୍ପୀ ଗାଇଲେ ରାମ ଭଜନ, ଭାଇରାଲ ହେଉଛି ଭିଡିଓ

ଏହାପୂର୍ବରୁ ସାମ୍ନାକୁ ଆସିଛି ମନ୍ଦିରର ଭବ୍ୟ ଦୃଶ୍ୟ। ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି। ଏହା ଦେଖିବାକୁ ଯେତେ ରମ୍ୟ ସେତେ ସୁନ୍ଦର ମଧ୍ୟ।

ମନ୍ଦିରର ପ୍ରତିଟି କୋଣ ଓ ପ୍ରାଚୀରରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଝଲକ ରହିଛି। ମନ୍ଦିରର ପାର୍ଶ୍ୱ ଦେବା ଦେବୀ ଓ କଳା ବି ଏକ ଦିବ୍ୟ ଅନୁଭୂତି ଆଣିଛି। ଦିନରେ ନିଜ କଳା ଓ ଭାସ୍କର୍ଯ୍ୟରେ ଝଟକୁଥିବା ମନ୍ଦିର ରାତିରେ ଲେଜର ଲାଇଟରେ ଅଧିକ ଚମକିଛି। ୨୦୧୫ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବି ଗସ୍ତ ବେଳେ ଏହାର ପରିକଳ୍ପନା ଓ ଯୋଜନା ପ୍ରସ୍ତୁତ ହୋଇଥିଲା।

Advertisment
Hindu Temple In Dubai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ